Odisha news

କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢ଼ାଉ, ବାଇକ ସହ ଦେଶୀମଦ ଜବତ, ଜଣେ ଗିରଫ

0

ସୋର,୭/୬: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ବାଗୁଡି ବଜାରରେ ଚଢ଼ାଉ କରାଯାଇ ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି ଆଜି ମଧ୍ୟାହ୍ନରେ କୋର୍ଟ ଚାଲାଣ କରିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ବାଗୁଡି ବଜାର ନିକଟରେ ଆଜି ସକାଳେ ପେଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ ଓଡି ୦୧ ଏ ଏମ ୬୭୫୭ ନମ୍ବର ବିଶିଷ୍ଟ ହିରୋ ପେଶନ ପ୍ରୋ ବାଇକ ଯୋଗେ ପୁରୁଣା ବାଲେଶ୍ୱରରୁ ନଦୀଗାଁ ଅଭିମୁଖେ ଯାଉଥିବା ବେଳେ ଏହି ଟିମ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବାଇକରେ ୧୧୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଜାଣିପାରି ବାଇକ ସହ ଦେଶୀମଦକୁ ଜବତ କରିଥିବା ବେଳେ ଟାଉନ ଥାନା ପୁରୁଣା ବାଲେଶ୍ୱର ଗ୍ରାମର ତପନ ମହାନ୍ତି (୩୧) କୁ ଗିରଫ କରିଥିଲେ । ମଧ୍ୟାହ୍ନରେ ତପନ ର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ, ଆଲୋକ ଖଟୁଆ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା, ସତ୍ୟବ୍ରତ ସାହୁ, ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply