Odisha news

ସୋରକୁ ସବଡିଭିଜନ ଦାବୀରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା

0

ସୋର : ସୋର, ସିମୁଳିଆ ନିର୍ବାଚନ ମଣ୍ଡଳୀଙ୍କୁ ନେଇ ସୋରରେ ରାଜସ୍ବ ସବ-ଡ଼ିଭିଜନ ସ୍ଥାପନ ଦାବିକରି ଗଠିତ ସବ-ଡ଼ିଭିଜନ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ସଭାପତି ନେତ୍ରାନନ୍ଦ ରାଉତଙ୍କ ସଭାପତିତ୍ୱରେ ଆଜି ସୋର ବ୍ଲକ ପରିସରରେ ଏକ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି.ପ୍ରଥମେ ବାହାନଗା ଠାରେ ଭୟାବହ ରେଳ ଦୂର୍ଘଟଣାରେ ମୃତାହତ ରେଳ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ ସହ ସମବେତ ଧାରଣା ରତ ବ୍ୟକ୍ତିବିଶେଷ ମାନେ ଏକ ମିନିଟ ଦଣ୍ଡାୟମାନ ସହ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିଥିଲେ .1972 ମସିହାରେ ତତ କାଳୀନ ସରକାରଙ୍କ ଦ୍ୱାରା ଗଠିତ ଦାସ କମିଶନଙ୍କ ରିପୋର୍ଟ ଅନୁଯାୟୀ ସୋରକୁ ରାଜସ୍ବ ସବ-ଡିଭିଜନ ଘୋଷଣା କରାଯିବାର ଥିଲା. ଏହା ମଧ୍ୟରେ 50 ବର୍ଷ ଅତିକ୍ରାନ୍ତ ହେବା ସହ ଦୁଇଟି ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ବ୍ୟାପକ ଜନ ସଂଖ୍ୟା ବୃଦ୍ଧି ଘଟିଛି.ସରକାର ପ୍ରଶାସନିକ ସେବା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ବେଳେ,ସବଡ଼ିଭିଜନ ସ୍ଥାପନ ପାଇଁ ସୋର ର ବହୁସଂଗଠନ ବହୁବାର ଆନ୍ଦୋଳନ,ଦାବିପତ୍ର ଦେଇ ଆସୁଛନ୍ତି.ଏହି ଦାବି ସହିତ କବିବର ରାଧାନାଥ ରାୟଙ୍କ ନାମରେ ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା, ସୋର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୁରକ୍ଷା ପାଇଁ ଏସ ଡି ପିଓ ଅଫିସ ସ୍ଥାପନ,ବାଲେଶ୍ୱର ଭଦ୍ରକ ଜିଲ୍ଲାର ମଧ୍ୟସ୍ଥଳୀ ସୋରରେ ସହକାରୀ ପରିବହନ କାର୍ଯ୍ୟାଳୟ ତଥା କେନ୍ଦୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଗଣ ଧାରଣରେ ଉପସ୍ଥିତ ସୋର, ବାହାନଗା,ଖଇରା ଓ ସିମୁଳିଆ ବ୍ଲକରେ ଗଠିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କ ସମେତ ଭାରତୀୟ ଜନତା ପାର୍ଟିରୁ ରାକେଶ ମଳିକ, ଜାତୀୟ କଂଗ୍ରେସ ସୋର ବ୍ଲକ ସଭାପତି ଶ୍ରୀକାନ୍ତ ଜେନା, ଭାରତୀୟ କମୁନିଷ୍ଟ ପାର୍ଟିରୁ ସନ୍ତୋଷ ବିଶ୍ୱାଳ, ବିଜୁ ଜନତା ଦଳରୁ ସୁକାନ୍ତ ମିଶ୍ର, ସୋର ବାର ଆସୋସିଏସନ ସଭାପତି ନିରଞ୍ଜନ ଜେନା, ସମ୍ପାଦକ ମନରଞ୍ଜନ ରାଉତ, ବଣିକ ସଂଘର ସଭାପତି ସନ୍ତୋଷ ମହାନ୍ତି, ମାଧ୍ୟମିକ ଶିକ୍ଷକ ସଂଘର ସମ୍ପାଦକ ରାମଚନ୍ଦ୍ର ପୃଷ୍ଟି ,ଖଇରା ନାଗରିକ ମଞ୍ଚର ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ସିମୁଳିଆ ନାଗରିକ ମଞ୍ଚର ସଭାପତି ଚତୃଭୁଜ ପାଣିଗ୍ରାହୀ, ସୋର ନାଗରିକ ମଞ୍ଚର ସମ୍ପାଦକ ନରହରି ନାୟକ, ଅବସରପ୍ରାପ୍ତ ସରକାରୀ କର୍ମ ଚାରି ସଂଘର ସଭାପତି ନବକିଶୋର ଦାସ,ଗାଁ ମଜଲିଶ ସାହିତ୍ୟ ସଂସଦର ସମ୍ପାଦକ ଦେବେନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ପୂର୍ବାଶା ମହାନ୍ତି, ରାଧାନାଥ ସ୍ମୃତି ପରିଷଦ ସମ୍ପାଦକ ବିଶ୍ୱନାଥ ଘୋଷ, ଜଗନ୍ନାଥ ସେବାସଂସ୍ଥାର ଉଦ୍ଧବ ଚରଣ ବିଶ୍ୱାଳ, ଗଙ୍ଗାଧର ପାଢ଼ୀ, ରାମଚନ୍ଦ୍ର ଦ୍ୱାରି, ଜଗନ୍ନାଥ ବାରିକ, ଚକ୍ରଧର ପାଢ଼ୀ,ମହେଶ୍ୱର ପଣ୍ଡା, ଚେମେଇ ଦାସ, ରାଜବଲ୍ଲଭ ସାହୁ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ. ପ୍ରାରମ୍ଭିକ ସୂଚନା ମାୟାଧର ନାୟକ ପ୍ରଦାନ କରିଥିବା ବେଳେ ଦାମୋଦର ଦାଶମହାପାତ୍ର ଧନ୍ୟବାଦ ଅର୍ପଣ କରିଥଲେ . ଶେଷରେ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ କରୁଣାକର ଧିନ୍ଦା ଙ୍କ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା.

IEC 2 years
Leave A Reply