Odisha news

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

0

ସୋର, ୫/୬ : ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ଅସ୍ତଗଡିଆ ଗ୍ରାମରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି. ଏହି ଗ୍ରାମର ଶଶୀକାନ୍ତ କର ଙ୍କ ଘରେ ଅଗ୍ନିକାଣ୍ଡ ଘଟି ଥିବା ବେଳେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ. ସୋରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ. ଏହି ଖବର ପାଇ ସୋର ବ୍ଲକ ଅଧକ୍ଷା ଅନୁସୂୟା ମଳିକ ଘଟଣାସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା. ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି. ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି.

Leave A Reply