Odisha news

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

0

ସୋର,16/5ଆଜି ସନ୍ଧ୍ୟାରେ ହୋଇଥିବା କାଳ ବୈଶାଖୀର ପ୍ରଭାବରେ ଔପଦା ଅଂଚଳର ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଔପଦା ଥାନା ଆଘିରାପଦା ପଂଚାୟତ ସିଙ୍ଗାଡ଼ପୁର ଗ୍ରାମର କରୁଣାକର ପାତ୍ର ଙ୍କ ସ୍ତ୍ରୀ ଚିନ୍ମୟୀ ପାତ୍ର (୨୫) ଘରେ ଲୁଗା ଧୋଇ ବାରଣ୍ଡାରେ ଲୁଗା ଶୁଖାଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଔପଦା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ସୋର ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିଲେ । ସୋର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଔପଦା ପୁଲିସ ସୋର ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହିତ ଶବ ବ୍ୟବଛେଦ ଗୃହରେ ରଖିଥିବା ଜଣାପଡିଛି। ତେବେ ମୃତ ଜୟନ୍ତୀଙ୍କର ଏକ ବର୍ଷର ଶିଶୁ ପୁତ୍ରଟିଏ ଥିବା ଜଣାପଡିଛି।

Leave A Reply