Odisha news

ସୋର ଗୋପୀନାଥପୁର ରାସ୍ତାରେ ଜବର ଦଖଲ ଉଛେଦ କଲେ ସୋର ତହସିଲଦାର

0
ସୋର,10/5 : ସୋର ଗୋପୀନାଥପୁର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଆଜି ରାସ୍ତା କଡ଼ରେ ହୋଇଥିବା ସମସ୍ତ ଜବର ଦଖଲକୁ ସୋର ତହସିଲ ପ୍ରଶାସନ ତରଫରୁ ଉଛେଦ କରାଯାଇଛି ।ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ବେଳେ ଗତ ନଭେମ୍ବର ମାସରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା, ପରେ ବିଭିନ୍ନ ଅଧିକାରୀ ମାନେ ପହଁଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ତିନି ମାସରେ ରାସ୍ତା କାମ ସମ୍ପୂର୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଉଠିଥିଲେ। କିନ୍ତୁ ପ୍ରତିଶ୍ରୁତି ପରେ ମଧ୍ୟ ରାସ୍ତା କାମରେ ଅହେତୁକ ବିଳମ୍ବ ହେବାରୁ ଗତ ଦୁଇ ତାରିଖରେ ମଧ୍ୟ ବାଗୁଡି ବଜାରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା। ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଧାରଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ଉଠିଥିଲେ ।ଆଜି ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସୋର ବରଫ କଳ ଛକରୁ ବାଗୁଡି ବଜାର ପର୍ଯ୍ୟନ୍ତ ଜବର ଦଖଲ କରିଥିବା ତିରିଶ ଗୋଟି ଦୋକାନକୁ ଉଛେଦ କରି ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରିଛି ସୋର ତହସିଲ ପ୍ରଶାସନ । ସୋର ତହସିଲଦାର ବସନ୍ତ କୁମାର ସାହାଣୀ ୨ ପ୍ଲାଟୁନ ପୁଲିସ ଫୋର୍ସ ସହ ଏହି ଉଛେଦ କରିଥିବା ବେଳେ ଆରଆଇ ବିଷ୍ନୁପଦ ଗିରି, ଅମିନ ସୁଧାଂଶୁ ପ୍ରଧାନ ଏଥିରେ ସହଯୋଗ କରିଥିଲେ ।

Leave A Reply