Odisha news

କେନ୍ଦ୍ରାଞ୍ଚଳ ଅବକାରୀ ଚଢ଼ାଉ,ବାଇକ ସହ ବିଦେଶୀମଦ ଜବତ, ଜଣେ ଗିରଫ

0

ସୋର,୨୫/୪ :  କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨  ତରଫରୁ ଆଜି ମଧ୍ୟାହ୍ନରେ ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡି ଛକ ନିକଟରେ ଚଢ଼ାଉ କରାଯାଇ ଏକ ହିରୋ ଗ୍ଲାମର ବାଇକ ସହ ବିଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଏହି ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଜାମୁଝାଡିରୁ ଖିରକୋଣା ଅଭିମୁଖେ ଆସୁଥିବା ଓଡ଼ି ୦୧ସି ୨୮୭୮ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ବାଇକକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ୫ ଲିଟର ବିଦେଶୀମଦ ଚାଲାଣ ହେଉଥିବା ଏହି ଟିମ ଜାଣିବାକୁ ପାଇଥିଲେ। ଫଳରେ ବାଇକ ସହ ମଦକୁ ଜବତ କରି ସିମୁଳିଆ ଥାନା ଖିରକୋଣା ଗ୍ରାମର କୈଳାସ ଚନ୍ଦ୍ର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ଆଲୋକ ପ୍ରଧାନ, ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା,ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply