ସୋର,୨୨/୪ : ସୋର ବ୍ଲକ ଦହିସଡା ପଂଚାୟତ ଚାରିଘାରିଆ ସାହି ଗ୍ରାମରେ ଆଜି ଅପରାହ୍ନରେ ଘର ବାଡ଼ିରେ ଥିବା ଗାଡ଼ିଆରେ ବୁଡି ଜଣେ ଦୁଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଏହି ଗ୍ରାମର ଅଶୋକ ଜେନାଙ୍କ ଦୁଇ ବର୍ଷର ପୁଅ ପ୍ରିୟାଂଶୁ ଜେନା ବାଡ଼ିରେ କାମ କରୁଥିବା ତାଙ୍କ ବାପା ମାଆ ଙ୍କ ନିକଟକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଗାଡ଼ିଆରେ ପଡି ଯାଇଥିଲେ । ପରିବାର ଲୋକେ ପ୍ରିୟାଂଶୁକୁ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସେହି ଗାଡ଼ିଆରେ ବୁଡି ଯାଇଥିବା ଜାଣିପାରି ତାଙ୍କୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।