ସୋର, ୨୩/୩ : ସୋର ଅବକାରୀ ବିଭାଗ ତରଫରୁ ଆଜି ସକାଳେ ସୋର ବ୍ଲକ ତେଣ୍ଟେଇ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ଜିଞ୍ଜର ଜବତ କରିବା ସହ ଜଣଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି । ବାଲେଶ୍ୱର ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀଙ୍କ ନିର୍ଦେଶରେ ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେଏକ ଟିମ ଆଜି ସକାଳେ ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତ ଟେଣ୍ଟେଇ ଗ୍ରାମରେ ଚଢ଼ାଉ କରି ଗ୍ରାମର ଶ୍ରୀଧର ମଳିକ ନିକଟରୁ ୪୦ ଲିଟର ଜିଞ୍ଜର ଜବତ କରିବା ସହିତ ଶ୍ରୀଧର କୁ ଗିରଫ କରିଥିଲେ. ଅପରାହ୍ଣରେ ଡାକ୍ତରୀ ମଇନା ପରେ ଶ୍ରୀଧରକୁ କୋର୍ଟ ଚାଲାଣ କରାଯାଇଛି। ଶ୍ରୀଧର ଦୀର୍ଘଦିନ ଧରି ଚୋରା ଜିଞ୍ଜର ବିକ୍ରି କରୁଥିବା ନେଇଅବକାରୀ ଅଧିକ୍ଷକଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲା. ଫଳରେ ଜିଲ୍ଲା ଅବକାରୀଙ୍କ ନିର୍ଦେଶ କ୍ରମେ ସୋର ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି. ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା, ଶଶୀକାନ୍ତ ସାହୁ, ରଜନୀ କାନ୍ତ ସାହୁ ଏବଂ ଗଣେଶ ସିଂ ପ୍ରମୁଖ ସାମିଲ ହୋଇଥିଲେ।
