Odisha news

ସୋର ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଓ ବିୟର ଜବତ,ଦୁଇ ଗିରଫ

0

ସୋର, ୧୯/୩ : ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦେଶୀ ମଦ ଓ ବିୟର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଚମ୍ପୁ ଗ୍ରାମରେ ଚଢ଼ାଉ କରି ଗ୍ରାମର କୈଳାସ ସାହୁ ନିକଟରୁ ୫୦ ଲିଟର ଦେଶୀ ମଦ ଜବତ କରିବା ସହିତ କୈଳାସ କୁ ଗିରଫ କରିଥିଲେ. ସେହିପରି ସୋର ଥାନା ବାଲିପୁର ଗ୍ରାମର ରମାକାନ୍ତ ମଳିକଙ୍କ ନିକଟରୁ ୬.୫ ଲିଟର ବିୟର ଜବତ କରିବା ସହିତ ରମାକାନ୍ତକୁ ଗିରଫ କରିଥିଲେ। ଅପରାହ୍ଣରେ ଉଭୟଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା, ଶଶୀକାନ୍ତ ସାହୁ ଏବଂ ଗଣେଶ ସିଂ ପ୍ରମୁଖ ସାମିଲ ହୋଇଥିଲେ।

Nalco
Leave A Reply