ସୋର -13/3/23:-ସୋର ନାଗରିକ ମଞ୍ଚ ର ଏକ ପ୍ରତିନିଧି ଦଳ ନବ କିଶୋର ଦାସ, ମାୟାଧର ନାୟକ, ଜିତେନ୍ଦ୍ର କୁମାର ବେହେରା, ଉଦ୍ଧବ ଚରଣ ବିଶ୍ୱାଳ, ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତ ଙ୍କ ନେତୃତ୍ୱ ରେ ବାହାନଗା ପଂଚାୟତ ସମିତି ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଗୋପାଳପୁର ର ସମିତି ସଭ୍ୟ ଯୋଗେଶ ପତି, ସମାଜ ସେବୀ ସୁଦର୍ଶନ ମହାପାତ୍ର ଙ୍କ ସହିତ ସାକ୍ଷାତ ଆଲୋଚନା କ୍ରମ ରେ ସୋର ଠାରେ ସୋର ଠାରେ ସବଡ଼ିଭିଜନ ସ୍ତରୀୟ ସମସ୍ତ ଭିତିଭୂମି ଥିବାରୁ ସୋର କୁ ସବଡିଭିଜନ ଘୋଷଣା ଦାବିକୁ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ପ୍ରତି ପଂଚାୟତ ରେ ବ୍ୟାନର ଲଗାଇ ଜନସଚେତନତା ସୃଷ୍ଟି କରିବା, ଦସ୍ତଖତ ଅଭିଯାନ ପୂର୍ବକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ତଥା ପ୍ରଚାର ପତ୍ର ବିତରଣ ନିମନ୍ତେ ଘୋଷଣା କରାଯାଇଥିଲା.. ସରକାର ଦାବି ପୂରଣ କ୍ଷେତ୍ରରେ ଉଦାସୀନ ରହିଲେ ଆଗାମୀ ଦିନରେ ରାଲି ଓ ଧାରଣା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇ ଜନସମାବେଶ ଦ୍ୱାରା ଆନ୍ଦୋଳନ କୁ ଅଧିକ ଶାଣିତ କରିବାକୁ ମତବ୍ୟକ୍ତ କରାଯାଇଥିଲା.. ଉକ୍ତ ଆନ୍ଦୋଳନ ରେ ଦଳ ମତ ନିର୍ବିଶେଷରେ ସମସ୍ତ ବ୍ଲକ ର ଗଣ ସଂଗଠନ, ସମାଜିକ ଅନୁଷ୍ଠାନ, ସହଯୋଗ ପାଇଁ ନାଗରିକ ମଞ୍ଚ ଓ କ୍ରିୟାନୁଷ୍ଠାନ ର ନେତୃତ୍ୱ ବୃନ୍ଦ ଆହ୍ୱାନ ଜଣାଇ ଛନ୍ତି.. ଜନସ୍ୱାର୍ଥ ଉର୍ଦ୍ଧ ରେ ରଖି ଆମର ସାମାଜିକ ଦାୟିତ୍ୱ ବୋଧ କୁ ସାକାର କରିବାକୁ ମଧ୍ୟ ନିବେଦନ କରାଯାଇଛି
