Odisha news

ଅବକାରୀ ବିଭାଗ ଚଢ଼ାଉ, ବିପୁଳ ପୋଚ ନଷ୍ଟ ସହ ଦେଶୀମଦ ଜବତ, ୨ ଗିରଫ

0

ସୋର, ୨/୩ : ସୋର ଅବକାରୀ ବିଭାଗ ତରଫରୁ ବାଉଁଶପାଳ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଡ଼ପୋଚ ନଷ୍ଟ କରାଯିବା ସହିତ ଦେଶୀମଦ ଜବତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି. ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଉଁଶପାଳ ବନାଞ୍ଚଳରେ ବେଆଇନ ଦେଶୀମଦ ରନ୍ଧା ଭାଟି ଉପରେ ଚଢ଼ାଉ କରି 4700 ଲିଟର ଗୁଡ଼ପୋଚ ନଷ୍ଟ କରିବା ସହିତ 130 ଲିଟର ଦେଶୀମଦ ଜବତ କରିଥିଲେ. ଏହି ଚଢ଼ାଉ ହେଉଥିବା ଜାଣିପାରି ଚୋରା ଦେଶୀ ମଦ ବେପାରୀ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ. ସେହିପରି କୁଡେ଼ଇ ନୂଆପାଟଣା ଗ୍ରାମରେ ଚଢ଼ାଉ କରି ଜୟକୃଷ୍ଣ ଜେନା ନିକଟରୁ ୪୫ ଲିଟର ଦେଶୀମଦ ଏବଂ ସେହି ଗ୍ରାମର କରୁଣାକର ଜେନା ନିକଟରୁ ୨୨ ଲିଟର ଦେଶୀମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ. ଅପରାହ୍ନରେ ଉଭୟଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି. ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା ଏବଂ କନେଷ୍ଟବଳ ଶଶୀକାନ୍ତ ସାହୁ, ଗଣେଶ ସିଂ ସାମିଲ ହୋଇଥିଲେ.

Nalco
Leave A Reply