Odisha news

ସୋର ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ କର୍ମଶାଳା ଶିବିର

0

ସୋର-୧୨/୧୦: ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ମଙ୍ଗଳ ସମ୍ମିଳନୀ କକ୍ଷରେ କାୟା କଳ୍ପର ସଫଳ ରୂପାୟନ ଉଦେ୍ଦଶ୍ୟରେ ଏକ ଦିନିକିଆ କର୍ମଶାଳା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ଡାକ୍ତର ସତ୍ୟନାରାୟଣ ନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶିବିରର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ନେଇ କହିଥିଲେ । ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୨୨-୨୩ ଆର୍ଥିକ ବର୍ଷରେ ରୋଗୀଙ୍କୁ ସେବା ପ୍ରଦାନ ବ୍ୟବସ୍ଥା ସଂପର୍କରେ କାୟାକଳ୍ପ ଟିମ୍ ଦ୍ୱାରା ହେବାକୁ ଥିବା ମୂଲ୍ୟାୟନ ପୂର୍ବ ପ୍ରସ୍ତୁତି ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି ।

କାୟାକଳ୍ପ ଗାଇଡ୍ ଲାଇନ୍ ଅନୁଯାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱଚ୍ଛତା, ପରିବେଶ, ରୋଗୀଙ୍କ ଚିକିତ୍ସା କକ୍ଷ, ବିଶୁଦ୍ଧ ପାନୀୟ ଜଳ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା , ପରିସରରେ ଔଷଧୀୟ ବୃକ୍ଷ ରୋପଣ, ଅସ୍ତ୍ରୋପଚାର ଗୃହ, ଔଷଧ ବଣ୍ଟନ ବ୍ୟବସ୍ଥା ନେଇ ମୂଲ୍ୟାୟନ ଆଧାରରେ କେନ୍ଦ୍ର ସବୁକୁ ଆର୍ଥିକ ପ୍ରୋତ୍ସାହନ ଓ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ଅଛି । ତେଣୁ ଏହି ଟିମ୍ ରିପୋର୍ଟ ସନ୍ତୋଷଜନକ ହେବାକୁ ପ୍ରତିକେନ୍ଦ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଏହାର ଅଧୀନରେ ଥିବା ୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ), ୧୮ଟି ସବ୍ ସେଣ୍ଟରର ସମସ୍ତ ମହିଳା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସୁପରଭାଇଜର, ଫାରମାସିଷ୍ଟ, ଏଲ୍ଟି, ଷ୍ଟାଫ୍ ନର୍ସ ଓ ନର୍ମଳ ଯୋଜନାର ସମସ୍ତ କର୍ମଚାରୀ ଏହି କର୍ମଶାଳାରେ ଅଂଶ ଗ୍ରହଣ କରି ପ୍ରଶିକ୍ଷିତ ହୋଇଥିଲେ । ପ୍ରଶିକ୍ଷକ ଭାବେ ଡ. ନାୟକଙ୍କ ସହ ପିଏଚ୍ିଓ ବୈକୁଣ୍ଠନାଥ ଧାମୁଡିଆ ଓ ବିପିଏମ୍ ମୁକ୍ତିକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ

Nalco
Leave A Reply