Odisha news

ସ୍ଥାନାନ୍ତର ବେଳେ ସୋରଠାରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତୁ୍ୟ

0

ସୋର-୨୦/୦୯ : -ବାରିପଦା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ବେଳେ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କର ସୋର ଠାରେ ମୃତୁ୍ୟ ଘଟିଛି । ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବାହାନଡ଼ା ଗ୍ରାମର ସୁନ୍ଦରମୋହନ ମାର୍ଣ୍ଡିଙ୍କ ପୁଅ ସୁଦାମ ମାର୍ଣ୍ଡି (୩୭) ନିଜ ବାଇକରେ ଦୁର୍ଘଟଣା ଘଟି ଗୁରୁତର ଅବସ୍ଥାରେ ପ୍ରଥମେ ଖୁଣ୍ଟା ପରେ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ସକାଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱରଠାରେ ତାଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ସୋର ଡାକ୍ତରଖାନାକୁ ଆଣିବାପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରଖିଥିବା ବେଳେ ଘଟଣାର ତଦନ୍ତ କରୁଛନ୍ତି ।

Nalco
Leave A Reply