ସୋର-୦୬/୦୯: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଫଳତା ପାଇଁ ଦିନକୁ ଦିନ ନାରୀ ନିର୍ଯ୍ୟାତନା, ଶିଶୁ ଅପହରଣ, ନାବାଳିକା ଦୁଷ୍କର୍ମ, ଆତ୍ମହତ୍ୟା ବଢ଼ୁଥିବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବରିଷ୍ଠ ନେତା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି । କମରପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଶତାଧିକ ମହିଳା ମୋର୍ଚ୍ଚା କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବାହାରି ଉତ୍ତରେଶ୍ୱର ଦେଇ ଷ୍ଟେସନ ଛକରେ ଏକ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରା, ପୈାରାଧ୍ୟକ୍ଷ ମାଧବ ଧଡା, ଉପାଧ୍ୟକ୍ଷା ସସ୍ମିତା ଦାସ, ସନ୍ତୋଷ କୁମାର ସାହୁ, ପାରିଷଦ ପୂଜା ତରେଇ, ସରୋଜିନୀ ନାୟକ, ଅହଲ୍ୟା ବେହେରା, ବର୍ଷାରାଣୀ ଦାସ, ରୀନାରାଣୀ ସେଠୀ, ସୁଷମା ବିଶ୍ୱାଳ, ସରପଞ୍ଚ ନରେନ୍ଦ୍ର କୁମାର ବିଶ୍ୱାଳ, ସଂଜୀବ ରାଉଳ, ପ୍ରାକ୍ତନ ବାହାନଗା ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ମହାଳିକ, ପ୍ରାକ୍ତନ ନଗରପାଳ ନଳିନୀକାନ୍ତ ମହାପାତ୍ର, ଖଗେନ୍ଦ୍ର ପ୍ରଧାନ, ଈଶ୍ୱର ଚନ୍ଦ୍ର ବେହେରା, ରଂଜନ ଦାସ, ସଂଜୀବ ରାଉଳ, ରବୀନ୍ଦ୍ର କୁମାର ଜେନାଙ୍କ ସହ ଶ୍ରୀଧର ମହାପାତ୍ର, ତାରକ ବେହେରା ଓ ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନବୀନ ସରକାରଙ୍କ ଅପାରଗତା ନେଇ ବକ୍ତବ୍ୟ ରଖିଥିଲେ ।
