Odisha news

ସୋର ମ୍ୟୁନିସିପାଲିଟିରେ ୫ ଖୋଲା ବ୍ୟାୟାମଶାଳା

0

ସୋର-୦୬/୦୯ : -ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ଯୋଜନାରେ ସହରବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଯୋଜନା ଆଧାରରେ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ସର୍ବସାଧାରଣ ଖୋଲା ସ୍ଥାନରେ ୨ଟି ବ୍ୟାୟାମଶାଳା ସ୍ଥାପନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ସୋର ଡାକ୍ତରଖାନା ସାମ୍ନା ରାସ୍ତା ପାଶ୍ୱର୍ ଜବର ଦଖଲ ସ୍ଥାନକୁ ଉଚ୍ଛେଦ କରାଯାଇ ସେହି ସ୍ଥାନ ସହ ରାଉଳିଆ ପଦାରେ ଥଇଥାନ୍ ହୋଇଥିବା ବିସ୍ଥାପିତଙ୍କ ଉଦେ୍ଦଶ୍ୟରେ ଏହି ଜିମ୍ ୨୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା କରାଯାଇଛି । ଏହି ଯୋଜନାରେ ପ୍ରତିଷ୍ଠିତ ୨ଟି ଜିମ୍କୁ ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପୈାରାଧ୍ୟକ୍ଷ ମାଧବ ଧଡା, ଉପାଧ୍ୟକ୍ଷା ସସ୍ମିତା ଦାସ ଉଦ୍ଘାଟନ କରିଛନ୍ତି । ସିଏମଏମ୍ୟୁ ବିବେକାନନ୍ଦ ପଣ୍ଡାଙ୍କ ସହ ପାରିଷଦ ଓ ପୈାରକର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମ୍ୟୁନିସିପାଲିଟି ଅଧୀନ ବଡଖୁରୀ ବଡପୋଖରୀ, ମେଘମାଧବ, ରେଡିଓ ଷ୍ଟେସନ ନିକଟ ପଡିଆ ଓ ଅନ୍ୟ ସ୍ଥାନମାନଙ୍କରେ ୧୦ଟି ଓପନ୍ ଜିମ୍ ସହ ମିନିି ପାର୍କ ଆଗାମୀ ଦିନରେ ସ୍ଥାପନ ହେବାକୁ ଅର୍ଥ ଅନୁମୋଦନ ହୋଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Nalco
Leave A Reply