Odisha news

ସୋରରେ ବାଙ୍ଗରା ଡେଙ୍ଗାଙ୍କ ଆତଙ୍କ : ପୁଣି ଅନ୍ନପୂର୍ଣ୍ଣା ମିଲ କ୍ୟମ୍ପସ୍ରୁ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

0

ସୋର: -ସୋର ଥାନା ଅଧୀନ ସହରାଞ୍ଚଳରେ ଏବେ ଲଗାତର ଚୋରି ହେଉଥିଲେବି ସ୍ଥାନୀୟ ପୁଲିସ ଲୁଟେରାଙ୍କ ଟେର୍ ପାଉନି । ପ୍ରାୟ ମାସକ ତଳେ ଷ୍ଟେସନ ନିକଟ ରାଜେନ୍ଦ୍ର ମିଲ୍ କ୍ୟାମ୍ପସ୍ ପରିସରରୁ ୨ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ବେଳେ ସେଠାରେ ଅନ୍ୟ ଜଣେ ପଡୋଶୀ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍ ରେ ହାପ୍ ପ୍ୟାଣ୍ଟ ପିନ୍ଧା ବାଙ୍ଗରା ସହ ଲୁଙ୍ଗି ପିନ୍ଧା ଡେଙ୍ଗା ଲୋକ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମୁହଁରେ କପଡା ଥିବାରୁ ଚିହ୍ନିବା ସମ୍ଭବ ହୋଇନଥିଲା । ଦିନକ ପୂର୍ବରୁ ଅନ୍ନପୂର୍ଣ୍ଣା ମିଲ୍ କ୍ୟାମ୍ପସ୍ରୁ ପ୍ରଭାକର ମିଶ୍ରଙ୍କ ଘରୁ ଚୋରି ହୋଇଥିଲା । ତାଙ୍କ ପଡୋଶୀ ଏହି ଦୁଇ ଜଣ ବାଙ୍ଗରା ଡେଙ୍ଗାଙ୍କ ରାତିରେ ୨ଟା ସମୟରେ ଦେଖିଥିବା ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ପରେ ପୁଲିସ ତଦନ୍ତ କରିଥିଲେବି ହାତ ଖାଲି କରି ବସିଛି । ଏହି କ୍ୟାମ୍ପସ୍ରେ ସୁରେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କ ଘରେ ଭଡାରେ ରହୁଥିବା ସୋର ବିବିସିସି ଶାଖା କର୍ମଚାରୀ ସସ୍ମିତା ପାଣିଗ୍ରାହୀ ରଜ ପର୍ବ ପାଇଁ ପରିବାର ନେଇ ଘରକୁ ଯାଇଥିବା ବେଳେ ସମାନ ଢ଼ଙ୍ଗରେ ଚୋରି ହୋଇଛି । ପଛ ପଟ ଝରକା ଗ୍ରୀଲ କାଟି ଘରେ ପଶିବା ପରେ ଆଲମିରା ଭାଙ୍ଗି ସୁନା ଚୁଡି, କାନଫୁଲ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଚୋରି ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଝରକା ଗ୍ରୀଲ ଭଙ୍ଗା ଯାିଥିବା ଦେଖି ଘର ମାଲିକ ସସ୍ମିତା ପାଣିଗ୍ରାହୀଙ୍କୁ ଜଣାଇବା ପରେ ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏଥି ସହ ସେହି ସ୍ଥାନରେ ଅନ୍ୟ ଜଣେ ପଡୋଶୀଙ୍କ ଗ୍ରୀଲ ଭଙ୍ଗା ଯାଇଥିଲେବି ଚୋରି ଉଦ୍ୟମ ବିଫଳ ହୋଇଛି । ପ୍ରାୟ ରାତିରେ ଘରୋଇ ଚୋରି ସମାନ ଢ଼ଙ୍ଗରେ ହେଉଥିବା ବେଳେ ଏସବୁ ସେହି ବାଙ୍ଗରା ଡେଙ୍ଗାଙ୍କ କଳାକାରନାମା ବୋଲି ସାଧାରଣରେ ଆଲୋଚନା ହେଉଛି । ସ୍ଥାନୀୟ ପୁଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କଡାକଡି କଲେ ହୁଏତ ଚୋରିକୁ କିଛି ମାତ୍ରାରେ ରୋକାଯାଇପାରନ୍ତା ।

IEC 2 years
Leave A Reply