Odisha news

ଦୁଇଟି ଟ୍ରକ ମଧ୍ୟରେ ଧକ୍କା: ଜଣେ ମୃତ, ୨ ଗୁରୁତର

0

ସୋର-୦୭/୦୧ : ଆଜି ସଂଧ୍ୟାରେ ସୋର-ଗୋପୀନାଥପୁର ରାସ୍ତା ମାଣତ୍ରୀ ଛକ ନିକଟରେ ରାସ୍ତାପାଶ୍ୱର୍ରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ଅନ୍ୟ ଏକ ଡମ୍ପର ଧକ୍କାଦେଇ ଓଲଟି ପଡ଼ିବା ଫଳରେ ଟ୍ରକ ତଳେ ଚାପି ହୋଇ ଜଣେ ହେଲପରର ମୃତୁ୍ୟ ଘଟିଥିବା ବେଳେ ଦୁଇଜଣ ଡ୍ରାଇଭର ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସଂନ୍ଧ୍ୟା ସମୟରେ ବାଗୁଡ଼ି ପାହାଡ଼ରୁ ଏକ ଡମ୍ପର ପାହାଡ଼ ମାଟି ବୋଝେଇ କରି ଫେରୁଥିବା ବେଳେ ଏହି ଛକରେ ଟାୟାର ପମ୍ପଚର୍ ହୋଇଯାଇଥିଲା ।

ଏହାର ହେଲପର୍ ଏବଂ ଡ୍ରାଇଭର୍ ରାସ୍ତାପାଶ୍ୱର୍ରେ ଛିଡ଼ାହୋଇ ଟାୟାର୍ ବଦଳାଉଥିବା ବେଳେ ଅନ୍ୟ ଏକ ଟ୍ରକ ତାଙ୍କୁ ଧକ୍କା ଦେବା ସହିତ ନୟନଜୋରୀକୁ ଓଲଟି ପଡ଼ିଥିଲା । ଫଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡିଟ୍ି ଓଲଟି ପଡିବାରୁ ହେଲପର ଏହିÿ ଗାଡି ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲା । ରାସ୍ତା ଜାମ୍ ହେବା ଫଳରେ ଦୀର୍ଘ ସମୟଧରି ଯାତାୟତ ବନ୍ଦ୍ ହୋଇଥିଲା । ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଚାପି ରହିଥିବା ହେଲପରକୁ ଉଦ୍ଧାର କରିବା ସହିତ ଗୁରୁତର ଥିବା ନଟାପଡ଼ା ଅଞ୍ଚଳର ବସନ୍ତ ମହନ୍ତ(କୁନା) ଏବଂ ଉତ୍ତ୍ରେଶ୍ୱରର ବାପୁନଗରର ବାପି ନାୟକଙ୍କୁ ଫାୟାର ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛି । ବସନ୍ତ ମହନ୍ତର ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମାଟି ବୋଝେଇ ଟ୍ରକ ତଳେ ଚାପି ରହିଥିବା ହେଲପରର ପରିଚୟ ଏଯାଏଁ ମିଳିପାରି ନାହିଁ ।

Nalco
Leave A Reply