Odisha news

ଟ୍ରେନ୍ ଧକ୍କାରେ ଝୁଲିଥିବା ଓଭର ବ୍ରିଜ୍ କଟାହେଲା : ଅଦ୍ୟାବଧି ସ୍ୱଭାବିକ ହୋଇନି ରେଳ ଚଳାଚଳ

0

ସୋର-୦୬/୧୦ : -ଗତକାଲି ରାତି ୯ଟା ସମୟରେ ଡାଉନ୍ ଲାଇନ୍ରେ ଖଡଗପୁର ଆଡକୁ ଯାଉଥିବା ଏକ ମାଲ ବୋଝେଇ ଟ୍ରେନ୍ ଧକ୍କାରେ ୧ଓ ୨ନ ପ୍ଲାଟଫର୍ମରେ ଥିବା ଫୁଟ୍ ଓଭର ବି୍ରଜ୍ ଝୁଲି ପଡିଥିବା ବେଳେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା । ଏହି ଦୁର୍ଘଟଣା ଘଟାଇ ମାଲବାହୀ ଟ୍ରେନ୍ ଆଗକୁ ଦୁଇ କିଲୋମିଟର ଯାଇ ଅଟକି ଥିବା ବେଳେ ଟ୍ରେନ୍ ଲାଇନ୍ କଡରେ ଥିବା କିଛି ସିଗ୍ନାଲ ପୋଷ୍ଟ ମଧ୍ୟ ଉପୁଡି ଯାଇଥିଲା ।

ଖବର ପାଇ ଖଡଗପୁରରୁ ଡିଆରମ୍ ମନୋରଂଜନ ପ୍ରଧାନ ଓ ଏଡିଆର୍ଏମ୍ ବିକେ ଚୌଧୁରୀ ବିଭାଗୀୟ ଇଞ୍ଜିନିଅର ଓ କର୍ମଚାରୀଙ୍କ ସହ କ୍ରେନ୍ ନେଇ ବିଳମ୍ବିତ ରାତିରେ ସୋର ଷ୍ଟେସନରେ ପହଞ୍ଚି ଝୁଲା ଓଭର ବ୍ରିଜ୍ ଅଂଶକୁ ଇଲେକ୍ଟି୍ର କଟରରେ କାଟି ଲାଇନ୍ ଉପରୁ ଅପସାରଣ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଲାଇନ୍ରେ ଟ୍ରେନ୍ ଚଳାଚଳ ସ୍ୱଭାବିକ୍ ହୋଇପାରିନି । ଅଦ୍ୟାବଧି କେବଳ ଅପ୍ ଲାଇନ୍ ୪ନଂରେ ଅତି ମନ୍ଥର ଗତିରେ ଟ୍ରେନ୍ ଚଳାଚଳ ହେଉଛି ।

Nalco
Leave A Reply