ସୋର,୨୫/୯- ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁରସ୍ଥିତ ବିଜେପି ପକ୍ଷରୁ ଏକାତ୍ମ ମାନବବାଦର ଉଦ୍ଗାତା ପଣ୍ଡିତ ଦୀନ୍ଦୟାଲ ଉପାଧ୍ୟାୟଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ରାକେଶ କୁମାର ମଲ୍ଲିକଙ୍କ ପୈାରହିତ୍ୟରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଦଳୀୟ ନେତା ମହିର ପାଣି, ଈଶ୍ୱର ବେହେରା, ସଂଗ୍ରାମ କେଶରୀ ମହାପାତ୍ର, ଜୟନ୍ତ ସ୍ୱାଇଁ, ଗଣେଶ ଦାସ, ପୂଜା ତରେଇ, ସଂଜୀବ ରାଉଳ, ଶରତ ନାୟକ, ଦୈତାରୀ ଦାସ, ପ୍ର‘ୁଲ୍ଲ ଦାସ, ବିଜୟ ମହାଳିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଉପାଧ୍ୟାୟଙ୍କ ତ୍ୟାଗପୂତ ଜୀବନର ସ୍ମୁତି ଚାରଣ କରିଥିଲେ ।
