ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ହେମନ୍ତ ସୋରେନ, କହିଲେ ଆଶୀର୍ବାଦ ନେବାକୁ ଆସିଛି
ଝାରଖଣ୍ଡ ର ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଙ୍କୁ ସାକ୍ଷାତ କରିଛନ୍ତି l ଏହି ସମୟ ରେ ସେ ଉଭୟ ନେତାଙ୍କୁ ସମ୍ମନ ବ୍ୟକ୍ତ କରି କହିଲେ ଯେ ‘ମୁଁ ଏଠାକୁ ଆଶୀର୍ବାଦ ନେବାକୁ ଆସିଛି, ସୋରେନ ଏହି ବୟାନ ସେତେବେଳେ ଦେଇଛନ୍ତି ଯେବେକି ସେ ୨୮ ନଭେମ୍ବର ରେ ଶପଥ ନେବାକୁ ଯାଉଛନ୍ତି l
ଝାରଖଣ୍ଡ ମୁକ୍ତି ମୋର୍ଚା ର ନେତୃତ୍ୱ ରେ ନିକଟରେ ସମାପ୍ତ ହୋଇଥିବା ବିଧାନସଭା ମତଦାନ ରେ ଗଠବନ୍ଧନ ରେ ବହୁମତ ମିଳିଛି l ୮୧ ସିଟ ରୁ ୫୬ ସିଟ ରେ ବିଜୟ ହାସଲ କରିଛି ଝାରଖଣ୍ଡ ମୁକ୍ତି ମୋର୍ଚା l ୫୬ ସିଟ ରୁ ୩୪ ଟି ସିଟ ପାଇଛି ଝାରଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ ୧୬, ରାଜଦ କୁ ୪ ସିଟ ମିଳିଛି l ଏହା ଝାରଖଣ୍ଡ ରାଜନୀତି ରେ ପ୍ରଥମ ଥର ହୋଇଛି ଯେ ବର୍ତମାନ କୌଣସି ସରକାର ଦୁଇ-ତୃତୀୟାଂଶ ରେ ସରକାର କରିବ l
ଶପଥ ଗ୍ରହଣ ପୂର୍ବରୁ ହେମନ୍ତ ସୋରେନ ନିଜ ପତ୍ନୀ କଳ୍ପନା ସୋରେନ ଙ୍କ ସହିତ ଦିଲ୍ଲୀ ପହଂଚିଛନ୍ତି l ସେ ପ୍ରଥମେ ଗୃହମନ୍ତ୍ରୀ ଅମିତ ସାହା ଙ୍କୁ ସାକ୍ଷାତ କରିଥିଲେ ଏବଂ ଏହି ସାକ୍ଷାତ ପରେ କହିଥିଲେ ଯେ ଆଗାମୀ ଦିନରେ ସାକ୍ଷାତ ହେବ, ଆମେ ନିଜ ସରକାର କରିବୁ, ଏବଂ ସେଥିପାଇଁ କେନ୍ଦ୍ର ର ସମର୍ଥନ ଆବଶ୍ୟକ l ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସାକ୍ଷାତ କରିଥିଲେ l