Odisha news

ଫିଲିପାଇନ୍ସରୁ ମଧ୍ୟ ପ୍ରବାସୀ ଭାରତୀୟ ମାନଙ୍କୁ ଫେରାଇ ଆଣିଲେ ସୋନୁ ସୁଦ

0

ନୂଆଦିଲ୍ଲୀ : ଦେଶର ଶ୍ରମିକ ମାନଙ୍କୁ ଘରକୁ ପଠାଇ ଅନେକ ଆଶୀର୍ବାଦ ପାଇବା ପରେ ବର୍ତ୍ତମାନ ସୋନୁ ସୁଦ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକ ମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଲାଗି ପଡିଛନ୍ତି l ସୋନୁ ସୁଦ ସ୍ପାଇସି ଜେଟ ସହିତ ହାତମିଳାଇ ଏରୋପ୍ଲେନ ସାହାଯ୍ୟରେ ବିଦେଶରେ ଫସିଥିବା ଭାରତୀୟ ମାନଙ୍କୁ ଫେରାଇ ଆଣୁଛନ୍ତି l ପ୍ରଥମେ ସୋନୁ କିର୍ଗିସ୍ତନରୁ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିଥିଲେ ଓ ବର୍ତମାନ ସେ ଫିଲିପାଇନ୍ସରୁ ଭାରତୀୟ ମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛନ୍ତି l

ଏହି ବିଷୟରେ ନିଜେ ସୋନୁ ସୁଦ ଟ୍ୱିଟ କରି ଜଣାଇଛନ୍ତି l ସୋନୁ ସୁଦ ଫିଲିପାଇନ୍ସରୁ ଫେରାଇ ଆଣୁଥିବା ଲୋକମାନଙ୍କର ଫଟୋ ଟ୍ୱିଟକରି ଲେଖିଛନ୍ତି ମୁଁ ଆପଣ ସମସ୍ତଙ୍କୁ ଭାରତକୁ ଫେରାଇ ଆଣି ବହୁତ ଖୁସି ଅନୁଭବ କରୁଛି l ଫିଲିପାଇନ୍ସ ମିଶନ୍ ର ପ୍ରଥମ ପର୍ଯ୍ୟାୟ ପୁରା ହେଲା ,ବର୍ତମାନ ଦୁତୀୟ ପର୍ଯ୍ୟାୟ ଆରମ୍ଭ ହେବ ଜୟ ହିନ୍ଦ l

ସୂଚନା ଅନୁସାରେ ସୋନୁ ଫିଲିପାଇନ୍ସ ସହିତ ରୁଷ ଓ ଉଜବେକିସ୍ତାନରୁ ମଧ୍ୟ ଭାରତୀୟ ମାନଙ୍କୁ ଭାରତକୁ ଫେରାଇ ଆଣିବେ l ଏହି ସମସ୍ତ ମିଶନ ସ୍ପାଇସି ଜେଟ ସାହାଯ୍ୟ ସହିତ ପୁରା ହେବ ,ସୋନୁ ଦିନରାତି ଲୋକ ମାନଙ୍କୁ ତାଙ୍କ ଘରେ ପହଞ୍ଚାଇବାରେ ଚେଷ୍ଟା ଜାରି ରଖିଛନ୍ତି l ଏହା ସହିତ ଟ୍ୱିଟ କରି ଲୋକ ମାନଙ୍କୁ କହୁଛନ୍ତି ଯେ ରୋଗୀ ମାନଙ୍କୁ ପୋଷ୍ୟ ସନ୍ତକ ଭାବରେ ଗ୍ରହଣ କରିବା ପାଇଁ ନିବେଦନ କରୁଛନ୍ତି ଓ ଦୁଃଖୀ ଓ ରୋଗ ଗ୍ରସ୍ତ ଲୋକ ମାନଙ୍କର ସାହାଯ୍ୟ କରିବା ପାଇଁ ନିବେଦନ କରୁଛନ୍ତି l ଏହା ସହିତ ସୋନୁ ଯେଉଁ ଶ୍ରମିକ ମାନଙ୍କୁ ଘରେ ପହଞ୍ଚିଥିଲେ ସେମାନଙ୍କୁ କର୍ମ ନିଯୁକ୍ତି ମଧ୍ୟ କରାଉଛନ୍ତି l

Nalco
Leave A Reply