Odisha news

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ଙ୍କୁ ଅଭିନନ୍ଦନ ଜଣାଇଲେ

0

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ଙ୍କ ବିଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅଭିନନ୍ଦନ ଜଣାଇଛନ୍ତି। ବାଇଡେନ୍‌ଙ୍କ ଦକ୍ଷ ନେତୃତ୍ବରେ ଭାରତ ଓ ଆମେରିକା ସମ୍ପର୍କ ସୁଦୃଢ ହେବା ସହ ଶାନ୍ତି ରକ୍ଷା ଏବଂ ବିକାଶ ଦିଗରେ ଉଭୟ ରାଷ୍ଟ୍ରର ସହଭାଗିତା ବେଶ୍‌ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ସୋନିଆ ଟ୍ବିଟ୍‌ କରିଛନ୍ତି। ଅନ୍ୟ ଏକ ଟ୍ବିଟ୍‌ରେ ସୋନିଆ ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Nalco
Leave A Reply