Odisha news

ସୁଜୟଙ୍କ ପ୍ରଶଂସାରେ ସୋନମ

0

ସୋନମ କପୁରଙ୍କ ମୁହଁରେ ଏବେ ସୁଜୟ ଘୋଷଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି । କାରଣ ସୁଜୟଙ୍କ ଆଗାମୀ ରିମେକ୍ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି । ଯେତେବେଳେ ଏହି ଅଫର ତାଙ୍କୁ ଦିଆଗଲା ସେତେବେଳେ ସେ ଆଗପଛ ବି·ର ନ କରି ହଁ ଭରିଥିଲେ । ଆଉ ଏବେ ଯୁଆଡ଼େ ଗଲେ ନିଦେ୍ର୍ଦଶକ ସୁଜୟଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ସୁଜୟଙ୍କ ପରି ନିଦେ୍ର୍ଦଶକଙ୍କ ସହ କାମ
କରିବା ଛୋଟିଆ କଥା ନୁହେଁ । ଥରେ ତାଙ୍କ ସହ ମୋର ଭେଟ ହୋଇଥିଲା । ସେହି ସମୟରେ ସେ ମୋତେ ଆକ୍ଟିଂ ବିଷୟରେ ଅନେକ କଥା କହିଥିଲେ ଯାହା ମୋ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି । ତାଙ୍କର ଏହି ଫିଲ୍ମଟି ମୋ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ହେବ ବୋଲି ଆଶା ରଖିଛି ବୋଲି କହନ୍ତି ସୋନମ । ୨୦୧୧ରେ କୋରିଆ ଭାଷାରେ ନିର୍ମିତ ଚଳଚ୍ଚିତ୍ର ବ୍ଲାଇଣ୍ଡ’ର ରିମେକ କରୁଛନ୍ତି ସୁଜୟ । ସୁଜୟଙ୍କ ସହ ଷ୍ଟୁଡିଓ ୧୮ ଏହାର ପ୍ରଯୋଜନା ଭାର ତୁଲାଉଛନ୍ତି । ଫିଲ୍ମଟିର ନିଦେ୍ର୍ଦଶନା ଦେବେ ସୋମେ ମାଝିକା ।

Leave A Reply