Odisha news

ସୁଶାନ୍ତଙ୍କ ଫିଲ୍ମ ଦେଖନ୍ତିନି ସୋନମ୍

0

ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ପରେ କରଣ ଜୋହରଙ୍କ ଟକ୍‌ ଶୋ’ କଫି ୱିଦ୍‌ କରଣର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି । ଏଥିରେ ସୋନମ କପୁର ବାପା ଅନୀଲ କପୁରଙ୍କ ସହ ନଜର ଆସିଛନ୍ତି । ଲୋକଙ୍କୁ ଲାଗୁଛି ସେଥିରେ ଦୁହେଁ ସୁଶାନ୍ତଙ୍କୁ ପରିହାସ କରୁଥିଲେ । ଶୋ’ରେ ସୋନମ କହିଥିଲେ, ‘ମୁଁ ସୁଶାନ୍ତଙ୍କ କୌଣସି ଫିଲ୍ମ ଦେଖିନାହିଁ । ତେଣୁ ମୁଁ ତାଙ୍କ ବିଷୟରେ କିଛି ଜାଣିନି ।’ ଏହା ପୂର୍ବରୁ ଏକ ଭିଡିଓରେ ଆଲିୟା ଭଟ୍ଟ ମଧ୍ୟ ରାପିଡ ଫାୟାର ରାଉଣ୍ଡରେ ସୁଶାନ୍ତଙ୍କୁ ଜାଣି ନ ଥିବା କହିଥିଲେ । ଟ୍ୱିଟର୍‌ ୟୁଜର୍‌ମାନେ ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ କରଣ ଓ ସୋନମଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।

Leave A Reply

Your email address will not be published.