ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି ଟ୍ୱିଟର୍ ଛାଡ଼ି ସେ ବହୁତ ଖୁସି । ‘ମାନସିକ ଶାନ୍ତି ପାଇଁ ବ୍ୟାୟାମ ଓ ଯୋଗ କରିବା ଅତ୍ୟନ୍ତ ଜରୁରୀ । ମେଡିଟେଶନ୍ ଏସବୁକୁ ବାଲାନ୍ସ କରିଥାଏ । ଏତେ ବର୍ଷ ମଧ୍ୟରେ ସବୁବେଳେ ବ୍ୟସ୍ତ ରହିଛି, ମସ୍ତିଷ୍କ ବି ବ୍ୟସ୍ତ ରହିଛି । ପ୍ରଥମ ଥର ନିଜ ସମୟ କାଟିବାକୁ ଓ ମେଡିଟେଶନ୍ କରିବାକୁ ସମୟ ମିଳିଛି । ଏହାଦ୍ୱାରା ଶାନ୍ତି ମିଳିବ ।’ ମେଣ୍ଟାଲ ହେଲ୍ଥ ବାଲାନ୍ସକୁ ନେଇ ସୋନାକ୍ଷୀ
କହିଛନ୍ତି, ଭଲ ସପୋର୍ଟ ସିଷ୍ଟମ୍ ରଖିବା ଜରୁରୀ ଯେପରି ପରିବାର, ସାଙ୍ଗସାଥୀ ଓ କୋ- ୱାର୍କର୍ସ । ଏହାଦ୍ୱାରା ସକାରାତ୍ମକ ଚିନ୍ତାଧାରା ମିଳିବ । ବାସ୍ତବ ଜୀବନରେ ଯାହହା ସତ୍ୟ ନୁହେଁ ଲୋକେ ତାକୁ ସୋସାଲ ମିଡିଆରେ ଦେଖାଇଥାନ୍ତି । ଏହା ଉପରେ ବିଶ୍ୱାସ କରନ୍ତୁ ନାହିଁ । ଅନ୍ଲାଇନ୍ ଦେଖି ନିଜ ଜୀବନର ଗତିବିଧି ସ୍ଥିର କରନ୍ତୁ ନାହିଁ । ଲୋକଙ୍କ ଚତୁଃପାଶ୍ୱର୍ରେ ଥାଇ ମଧ୍ୟ ଏକୁଟିଆ ଅନୁଭବ କରିପାରନ୍ତି । ତେଣୁ ନିଜ ସହ ରୁହନ୍ତୁ ଓ ଖୁସି ରୁହନ୍ତୁ ।
Prev Post
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ
Next Post