Odisha news

ସୋନାକ୍ଷୀଙ୍କ କ୍ୟାରିୟର୍‌

0

ସୋନାକ୍ଷୀ ସିହ୍ନାଙ୍କ ବଲିଉଡ୍‌ କ୍ୟାରିୟର୍‌ ଦେଖିଲେ ‘ଦବଙ୍ଗ୍‌’ ସିରିଜ୍‌ ବ୍ୟତୀତ ତାଙ୍କର ଅଧିକ ହିଟ୍‌ ଫିଲ୍ମ ନାହିଁ । ହେଲେ ସେ ବକ୍ସ ଅଫିସ୍‌ରେ ୧୫୦୦ କୋଟିର କ୍ଲବରେ ସାମିଲ ହୋଇଥିବା ଏକମାତ୍ର ଅଭିନେତ୍ରୀ । ସୋନାକ୍ଷୀଙ୍କ ଡେବୁ୍ୟଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯେତେ ଫିଲ୍ମ ଆସିଛି ପ୍ରାୟ ଫିଲ୍ମ ୨୦୦ କୋଟି ବ୍ୟବସାୟ କରିଥିବ । ତାଙ୍କର ଶେଷ ହିଟ୍‌ ଫିଲ୍ମ ଥିଲା ‘ମିଶନ ମଙ୍ଗଲ’ । ସେ ଗତ ଏକ ଦଶକରେ ପ୍ରାୟ ୨୦ଟି ଫିଲ୍ମ କରିଛନ୍ତି । ନିଜ ସଫଳତା ଉପରେ ସୋନାକ୍ଷୀ କହିଛନ୍ତି, ‘ଏଠାରେ ବନ୍ଧୁତା ହୁଏ ଓ ପରେ ଭାଙ୍ଗି ବି ଯାଏ । ଲବି କରି କାମ ପାଇବା ବିଷୟରେ ମୁଁ କେବେ ଚିନ୍ତା କରିନି । ମୁଁ କେବେ କୌଣସି ପ୍ରଡୁ୍ୟସରଙ୍କ ପାଖକୁ ଯାଇ କହିନି ମୋତେ କାମ ଦିଅ । ସବୁବେଳେ ଭଲ କାମ ଉପରେ ବିଶ୍ୱାସ ରଖିଛି ଓ ମୋ ପାଖରେ ବହୁତ କାମ ଅଛି । ମୁଁ ମୋ କାମରେ ଖୁସି ହେବା ସହ କ୍ୟାରିୟର ଉପରେ ଧ୍ୟାନ ଦେଉଛି ।’ ସୋନାକ୍ଷୀ ଆୱାର୍ଡ ଶୋ’ରେ କହିଛନ୍ତି, ଅମିର ଖାନ୍‌ ଓ କଙ୍ଗନା ରନୌତଙ୍କ ଭଳି ଅଭିନେତା ପ୍ରମାଣ କରିଛନ୍ତି ଯେ ଭଲ କାମ କରୁଥିବା ଲୋକଙ୍କୁ କେବେ ଆୱାର୍ଡ ଦିଆଯାଏ ନାହିଁ । ଯଦି ଆୱାର୍ଡ ମିଳିବା ପାଇଁ କାହା ସହ ବନ୍ଧୁତା ରଖିବାକୁ ହେବ, ତେବେ କ୍ଷମା କରିବେ ମୋର ଆଗ୍ରହ ନାହିଁ । ମୁଁ ଖୁସି ଯେ ମୋତେ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି ।

Leave A Reply

Your email address will not be published.