Odisha news

ଏହି ୫ଟି ଜିନିଷ ୟୁରିକ୍ ଏସିଡ କୁ ଦୃତ ଗତିରେ ବୃଦ୍ଧି କରିଥାଏ

0

ସକାଳୁ ଶୋଇ ଉଠିବା ପରେ ଆମ ପାଦ ଓ ଆଙ୍ଗୁଳି ରେ ଆମେ ଯନ୍ତ୍ରଣା ଅନୁଭବ କରିଥାଉ । ୟୁରିକ୍ ଏସିଡ ଶରୀରରେ ବଢ଼ିଲେ ଏହାର ପ୍ରଭାବ ବିଶେଷ ଭାବରେ ହାଡ ଉପରେ ପଡିଥାଏ । ଯେପରିକି ହାଡ ଫୁଲିବା , ହାଡ ରେ ଯନ୍ତ୍ରଣା ଅନୁଭବ ହେବା ଓ ଗଣ୍ଠି ଗୁଡ଼ିକ ମଧ୍ୟ ଫୁଲି ଥାଏ । ଏପରି କିଛି ଖାଇବା ଜିନିଷ ଅଛି ଯାହାକି ଯୁରିକ ଏସିଡ ସ୍ତର କୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଯେଉଁସବୁ ଖାଦ୍ୟ ରେ ପ୍ୟୁରିନ ର ମାତ୍ରା ଅଧିକ ରହିଥାଏ ସେହି ସବୁ ଖାଦ୍ୟ ଠାରୁ ବିଶେଷ ଭାବରେ ୟୁରିକ୍ ଏସିଡ ରୋଗୀ ଦୂରେଇ ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡ଼ିକ କଣ ।

* ମିଟ –
ମୀଟ ରେ ପ୍ୟୁରି ନ ରହିଥାଏ । ଏହାଛଡା ଯେଉଁ ମାଂସ ରେ ଲିଭର, କଲିଜା ଚର୍ବି ଇତ୍ୟାଦି ମିଶିକି ରହିଛି ସେଭଳି ମିଟ୍ ମଧ୍ୟ ଖାଇବା ଉଚିତ୍ ନୁହେଁ । ଏହାଦ୍ବାରା ୟୁରିକ୍ ଏସିଡ ବୃଦ୍ଧି ପାଇବାରେ ବିଶେଷ ଭାବରେ ସାହାଯ୍ୟ କରିଥାଏ ।

* ଅଲ୍କୋହଲ –
ପ୍ରାୟ ସମସ୍ତ ପ୍ରକାର ଆଲକୋହଲ ରେ ପୁରିନ ରହିଥାଏ । ଯଦି ଆପଣ ୟୁରିକ୍ ଏସିଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଅଲ୍କୋହଲ୍ ଠାରୁ ଦୂରେଇ ରୁହନ୍ତୁ ।

* ମିଠା ଜିନିଷ –
ମିଠା ରେ ରହିଥିବା ଫ୍ରୁକ୍ଟୋଜ ଶରୀର ମଧ୍ୟକୁ ଯାଇ ମିଳେଇ ଯାଇଥାଏ । ଯାହାଦ୍ଵାରା ଶରୀରରେ ୟୀରିକ ଏସିଡ ସ୍ତର ବୃଦ୍ଧି ହୋଇଥାଏ । ତେଣୁ କେବେବି କୌଣସି ମିଠା ଜିନିଷ ଖାଇଥିଲେ ଅତ୍ୟଧିକ ସେବନ କରନ୍ତୁ ନାହିଁ ।

* ସଫ୍ଟ ଡ୍ରିଙ୍କ ବା କୋଲ୍ଡ୍ ଦ୍ରୀଙ୍କ –
ଗବେଷଣା କହୁଛି ଯେ ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ପାନୀୟ ୟୀରିକ୍ ଏସିଡ ର କାରଣ ଅଟେ । ତେଣୁ ଏହିସବୁ ପାନୀୟ ଠାରୁ ଦୂରେଇ ରହିବା ଆବଶ୍ୟକ ।

* ଆଇସକ୍ରିମ –
ଏହି ଜିନିଷଟି ଶରୀର ପକ୍ଷରେ କ୍ଷତି କାରକ ହେଲେ ସୁଦ୍ଧା ସମସ୍ତେ ଏହାକୁ ସେବନ କରି ଥାଆନ୍ତି । କିନ୍ତୁ ୟୁରିକ୍ ଏସିଡ ରେ ଗ୍ରସିତ୍ ବ୍ୟକ୍ତି ଆଇସକ୍ରିମ ସେବନ କରିବା ଦ୍ୱାରା ଅଧିକ କଷ୍ଟ ଭୋଗିବା ସମ୍ଭାବନା ରହିଥାଏ । ଯାହାଦ୍ଵାରା ଶରୀର ବିପଦ ଗ୍ରସ୍ତ ହୋଇଥାଏ ।

IEC 2 years
Leave A Reply