Odisha news

IIM ରୁ ଶିକ୍ଷା ଗ୍ରହଣ, ରିୟାଲି ଇଷ୍ଟେଟ ବିଜିନେସରେ ପାରଦର୍ଶିତା , ଆସନ୍ତୁ ଜାଣିବା ଓଡ଼ିଶାର ପ୍ରଥମ ମହିଳା ମୁସଲିମ ବିଧାୟିକା ସୋଫିଆ ଫିରଦୌସଙ୍କ ବିଷୟରେ

0

କଂଗ୍ରେସ ର ୩୨ ବର୍ଷୀୟା ସୋଫିଆ ଫିରଦୌସ ରଚିଲେ ଇତିହାସ, ସେ କଟକ ବାରବାଟୀ ସିଟ ରୁ ବିଧାୟିକା ଭାବରେ ବିଜୟ ଲାଭ କରିଛନ୍ତି l ସୋଫିଆ ଫିରଦୌସ ଙ୍କ ଓଡ଼ିଶାର ପ୍ରଥମ ମୁସଲିମ ବିଧାୟିକା ଭାବରେ ନାମ ସାମ୍ନାକୁ ଆସିଛି l ସେ ବିଜେପି ପାର୍ଥି ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ପୂର୍ଣଚନ୍ଦ୍ର ମହାପାତ୍ର ଙ୍କୁ ୮ହଜାର୧ ଭୋଟ ରେ ପରାସ୍ତ କରିଛନ୍ତି l

ପିଲାଟି ଦିନରୁ ଗୋଟିଏ ରାଜନୈତିକ ପରିବାରରେ ଜନ୍ମ ହୋଇ ଥିବାରୁ ରାଜନୀତି ପ୍ରତି ସୋଫିଆ ଫିରଦୌସ ଙ୍କ ଅନେକ ରୁଚି ରହିଛି l କଟକର ପାଣିପବନ ଓ ଭାଇଚାରା କୁ ନେଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି l ସୋଫିଆ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଧାନସଭା ମତଦାନ ପାଇଁ ପିତା ମହମ୍ମଦ ମୋକିମ ଙ୍କ ପାଇଁ ଦଳର କର୍ମୀ ଭାବରେ କାର୍ଯ୍ୟ କରିଛନ୍ତି l ସେ ନିଜ ପିତାଙ୍କ ନିକଟରୁ ରାଜନୀତି ଶିଖି ଥିବାର ନିଜ ଭାଷଣ ରେ ସୂଚେଇ ଦେଇଥିଲେ l ଏବଂ ସେ କହିଥିଲେ ଯେ ମୁଁ ସେହି ସମୟ ରେ ଘରଘର ବୁଲି ସଚେତନ କରିଥିଲି ଏବଂ ଦଳୀୟ କର୍ମୀ ଭାବରେ ପ୍ରତ୍ୟେକ କାର୍ଯ୍ୟରେ ହାତ ମିଳାଇ ଥିଲି l ‘

ହସକୁରି ବିଧାୟିକା –
ସୋଫିଆ କହିଛନ୍ତି ଯେ ତାଙ୍କୁ ଜନସାଧାରଣ ହସକୁରି ବିଧାୟିକା ବୋଲି ସମ୍ବୋଧନ କରି ଥାଆନ୍ତି l ପ୍ରଚାର ସମୟରେ  ମୋର ଟ୍ୟାଗ କଟକର ଝିଅ କଟକର ବୋହୁ ସମସ୍ତଙ୍କୁ ଆକର୍ଷିତ କରିଥିଲା l ସୋଫିଆଙ୍କୁ ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଇଚ୍ଛା ହୋଇ ନଥାଏ l ପେସା ରେ ଜଣେ ସିଭିଲ ଇଂଜିନିୟର ଭାବରେ KIIT ରୁ  ବି-ଟେକ କରିବା ପରେ ୨୪ ବର୍ଷ ଆୟୁରେ ରିଆଲି ଇଷ୍ଟେଟ ବ୍ୟବସାୟ ରେ ପାଦ ଥାପିଥିଲେ l  ୨୦୨୨ ରେ ଇଣ୍ଡିଆନ ଇନସ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ବାଙ୍ଗାଲୋର ରୁ ସେ ଗୋଟିଏ ଏକଜିୟୁକୁଟିଭ ଜେନେରାଲ ମ୍ୟାନେଜମେଣ୍ଟ ଭାବରେ ଗୋଟିଏ କୋର୍ସ ସମ୍ପୂର୍ଣ କରିଥିଲେ l

ସୋଫିଆ ଫିରଦୌସ ନିଜର ବିଜୟ କୁ ସମଗ୍ର କଟକ ର ମହିଳା ମାନଙ୍କର ବିଜୟ ବୋଲି କହିଛନ୍ତି l ଏବଂ ଓଡ଼ିଶାର ପର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କୁ ନିଜର ଆଦର୍ଶ ଭାବରେ ଗ୍ରହଣ କରନ୍ତି l କଟକ ବାସୀ ଙ୍କର ତାଙ୍କ ଉପରେ ରହିଥିବା ବିଶ୍ୱାସ କୁ ଅକ୍ଷୁର୍ଣ୍ଣ ରଖିବେ ବୋଲି କହିଛନ୍ତି l

Leave A Reply