Odisha news

ସମାଜସେବୀ ମନୋଜ ପଟ୍ଟନାୟକଙ୍କ ଉଦ୍ୟମରେ ବନ୍ୟ ପ୍ରାଣୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା

ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳି ର ସରିଆଁ ଗ୍ରାମର ର ଜଙ୍ଗଲ ପାଖରେ ଥିବା ଝରଣା ରେ ପାଣି ସୁଖୀ ଯାଇଥିବାରୁ। ଜଙ୍ଗଲ ର ପଶୁପକ୍ଷୀ ତଥା ଅନ୍ୟାନ୍ୟ  ଜୀବଜନ୍ତୁ ତଥା ଗାଈ , ଛେଳି, ମେଣ୍ଢା , ଘୁଷୁରୀ , ମାଙ୍କଡ଼ , ଆଦି ପଶୁ ପକ୍ଷୀ ମାନେ ପିଇବା ପାଣି ପାଇଁ ବହୁତ ବିକଳିତ  । ଏଭଳି ସ୍ଥିତି କୁ ଦେଖି  ଭବାନୀ ଶଙ୍କର ସଂସ୍କୃତିକ ଅନୁଷ୍ଠାନ ତରଫରୁ ନର୍ଲା ଅଞ୍ଚଳର ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଙ୍କୁ ଜଣେଇ ଥିଲେ  ଶ୍ରୀ ପଟ୍ଟନାୟକ  କିପରି ପଶୁ ପକ୍ଷୀ ମାନେ ସୁବିଧାରେ ପାଣି ପାଇ ପାରିବେ ସେଥିପାଇଁ  ନିଜ ଖର୍ଚ୍ଚ ରେ ଜଙ୍ଗଲ ର ପାଖରେ ଗାତ ଖୋଳିଥିଲେ । ଫଳରେ ପଶୁ ପକ୍ଷୀ ମାନେ ସୁବିଧାରେ ପାଣି ମଧ୍ୟ ପାଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ମିଲନ କୁମାର ଭୋଇ ଓ ମୁଖ୍ୟ ସଦସ୍ୟ ଅସୀମ ଭୋଇ ,  ଗ୍ରାମର ବ୍ୟକ୍ତି ପ୍ରମୋଦ ଜାନୀ , ଏବଂ ଜେସିବି ଡ୍ରାଇଭର ଡୁଲାମଣି ରଣା ପ୍ରମୁଖ ସହଯୋଗ କରିଥିଲେ।

IEC 2 years

Comments are closed.