ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆ ଆମ ଜୀବନ ର ଗୋଟିଏ ଗୁରୁତ୍ୱପୂର୍ଣ ଅଂଶ ହୋଇଯାଇଛି, ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ମୋବାଇଲ ସ୍କ୍ରିନ ରେ ବ୍ୟସ୍ତ ରହିଥାଉ, କେତେବେଳେ ରିଲସ ଦେଖିଥାଉ ତ ଆଉ କେତେବେଳେ ଅନ୍ୟର ସୋସିଆଲ ମିଡ଼ିଆ ପୋଷ୍ଟ କୁ ଲାଇକ କରିଥାଉ ପୁଣି କେତେବେଳେ ବସି ବସି ମୋବାଇଲ କୁ ସ୍କ୍ରୋଲ କରିଥାଉ l ଆମେ ଭାବିଥାଉ ସୋସିଆଲ ମିଡ଼ିଆ ଆମକୁ ରିଲାକ୍ସ କରୁଛି, କିନ୍ତୁ ପ୍ରକୃତ କଥାଟି ତାହା ନୁହେଁ l
ନିକଟରେ ଜାମା ନେଟୱାର୍କ ଓପେନ ରେ ଛପି ଥିବା ଗୋଟିଏ ରିସର୍ଚ୍ଚ ସମସ୍ତ ବିଶେଷଜ୍ଞ ଙ୍କୁ ଚିନ୍ତାରେ ପକାଇଛି, ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ କେବଳ ୭ଦିନ ସୋସିଆଲ ମିଡ଼ିଆ ରୁ ଦୁରେଇ ରହିବା ଦ୍ୱାରା ଡିପ୍ରେସନ ସମସ୍ୟା ୨୪ ପ୍ରତିଶତ ହ୍ରାସ ହୋଇଥାଏ, କେବଳ ଏତିକି ନୁହେଁ ଏଙ୍ଗଯାଇଟି ୧୬.୧ ପ୍ରତିଶତ କମ ହୋଇଥାଏ ଓ ନିଦ ସହିତ ଜଡିତ ବିକାର ଭଳି ସମସ୍ୟା ଦୂର ହୋଇଥାଏ l
ବିଶେଷଜ୍ଞ ଙ୍କ ମତରେ ଯଦି ଆପଣ ଭାବୁଛନ୍ତି ତେବେ ସୋସିଆଲ ମିଡ଼ିଆ ଠାରୁ ମାତ୍ର ୭ଦିନ ସୋସିଆଲ ମିଡ଼ିଆ ଡିଟକ୍ସ ଟିପ୍ସ ନିହାତି କରନ୍ତୁ l ଆସନ୍ତୁ ଜାଣିବା କିପରି ସ୍ଟେପ ବାଏ ସ୍ଟେପ ସୋସିଆଲ ମିଡ଼ିଆ ଡିଟକ୍ସ ପ୍ଲାନ ଜାଣିବା , ଯାହାକି ମେଣ୍ଟାଲ ହେଲ୍ଥ ପାଇଁ ଖୁବ ଜରୁରୀ l
୭ଦିନ ସୋସିଆଲ ମିଡ଼ିଆ ଡିଟକ୍ସ ପ୍ଲାନ କଣ -:
୧ – ପ୍ରଥମେ ନିଜକୁ ସନ୍ତୁଳିତ ରଖିବା ଜରୁରୀ, ସେଥିପାଇଁ ଗୋଟିଏ କାଗଜ ରେ ଭଲ ନିଦ, କମ ଉତେଜନା ଲକ୍ଷ ରଖି ଆଗେଇବା ଜରୁରୀ l
୨ – ସୋସିଆଲ ମିଡ଼ିଆ ନୋଟିଫିକେସନ କୁ ଫୋନ ରୁ ବନ୍ଦ କରିଦିଅନ୍ତୁ , ଏବଂ ମୋବାଇଲ ସ୍କ୍ରିନ ରୁ ଆପ କୁ ହଟାଇ ଗୋଟିଏ ଫୋଲଡ଼ର ରେ ରଖି ଦିଅନ୍ତୁ l
ତୃତୀୟ ଦିନ – ଯେଉଁ ସମୟ କୁ ମୋବାଇଲ ଦେଖାରେ ନଷ୍ଟ କରୁଥିଲେ ସେହି ସମୟ କୁ ଭଲ କାମରେ ଲଗାନ୍ତୁ, ଏକ୍ସରସାଇଜ , ରୋଷେଇ ଇତ୍ୟାଦି ରେ ସମୟ ଦିଅନ୍ତୁ l
ଚତୁର୍ଥ ଦିନ – ଚତୁର୍ଥ ଦିନରେ ଅଫ ଲାଇନ ରେ ବନ୍ଧୁ ମାନଙ୍କ ସହିତ ସାକ୍ଷାତ କରନ୍ତୁ , କିଛି ସମୟ ପାର୍କ ରେ ସମୟ ବିତାନ୍ତୁ, ବିନା ମୋବାଇଲ ରେ ଖାଦ୍ୟ ଖାଆନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ରେ ଡିଜିଟାଲ ଓଭରଲୋଡ଼ କମ ହୋଇଥାଏ l
ପଞ୍ଚମ ଦିନ – ପଞ୍ଚମ ଦିନରେ ସକାଳୁ କିଛି ସମୟ ଶାନ୍ତ ହୋଇ ବସନ୍ତୁ , ଗୋଟିଏ ପେପର ରେ ଲେଖନ୍ତୁ ଯେ ଆପଣ ସୋସିଆଲ ମିଡ଼ିଆ ଠାରୁ ଦୁରେଇ ରହିବା ଦ୍ୱାରା କଣ ଅନୁଭବ କରୁଛନ୍ତି l
ଷଷ୍ଠ ଦିନ – ଷଷ୍ଠ ଦିନରେ ନିଜ ସମ୍ପର୍କୀୟ ଙ୍କୁ ସାକ୍ଷାତ କରନ୍ତୁ, ଏବଂ ନିଜ ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟ ଙ୍କୁ ସାକ୍ଷାତ କରନ୍ତୁ, ଏବଂ ତାଙ୍କ ସହିତ ସାକ୍ଷାତ କରନ୍ତୁ l
ସପ୍ତମ ଦିନ – ସପ୍ତମ ଦିନ ରେ ନିଜ ୭ଦିନ ର ଅନ୍ୱେଷଣ କରନ୍ତୁ, କିପରି ନିଦ ଠିକ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ, ଏବଂ ଏହାଦ୍ୱାରା ହୋଇଥିବା ଲାଭ କୁ ଦେଖି ଆଗକୁ ମଧ୍ୟ ଏହାକୁ ଧ୍ୟାନ ଦିଅନ୍ତୁ l
