Odisha news

ସୋସିଆଲ ମିଡିଆ କୁଇନ୍‌ କୀର୍ତ୍ତି

0

ଶାନ୍‌ଦାର୍‌ ଆକଫିଂ ପାଇଁ ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ କୀର୍ତ୍ତି ସୁରେଶ ଇଡୁ ଏନ୍ନା ମାୟମ୍‌, ମେହନତି, ସରକାର ଭଳି ହିଟ୍‌ ସାଉଥ୍‌ ଫିଲ୍ମରେ ନଜରକୁ ଆସିଛନ୍ତି । କୀର୍ତ୍ତିଙ୍କ ବାପା ସୁରେଶ କୁମାର ଓ ମା’ ମେନକା ବି ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ । ଶିଶୁ କଳାକାର ଭାବେ କୀର୍ତ୍ତି କ୍ୟାରିୟର୍‌ ଆରମ୍ଭ କରିଥିଲେ । ସେ ୧୯୯୨ ଅକେଫାବର ୧୭ରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ପୋଷାକର ଆଦରକୁ ନେଇ କୀର୍ତ୍ତି ଦକ୍ଷିଣ ଭାରତ ସମେତ ପୂରା ଦେଶରେ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି । ୨୦୦୦ରେ ପାୟଲଟ୍‌ସ ଫିଲ୍ମରୁ ଶିଶୁ କଳାକାର ଭାବେ ଡେବୁ୍ୟ କରିଥିଲେ । ଫ୍ୟାଶନ୍‌ ଡିଜାଇନିଂ କୋର୍ସ କରୁଥିବା କୀର୍ତ୍ତି ୨୦୧୩ରେ ଆସିଥିବା ମାଲାୟଲମ୍‌ ଫିଲ୍ମ ଗୀତାଞ୍ଜଳୀରେ ଲିଡ୍‌ ରୋଲ୍‌ ନିଭାଇଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ୬.୫ ମିଲିୟନ୍‌ ଫଲୋୟର୍‌ । ଅନେକ ଟିଭି ଶୋ’ରେ ତାଙ୍କୁ ଦେଖିବାକୁ ମିଳିଛି । ଉତ୍ତମ ଅଦାକାର ପାଇଁ ତାଙ୍କୁ ଏସିଆନେଟ୍‌ ଫିଲ୍ମ ଆୱାର୍ଡରେ ସବୁଠୁ ଲୋକପ୍ରିୟ ତାମିଲ ଅଭିନେତ୍ରୀ ସମ୍ମାନ ମିଳିଛି । ସୋସାଲ ମିଡିଆରେ ସକ୍ରିୟ ରହୁଥିବା କୀର୍ତ୍ତି ଇନ୍‌ଷ୍ଟା ଆକାଉଣ୍ଟରେ କେବେ ବି ଅଧିକ ବୋଲï ଫଟୋ ପୋଷ୍ଟ କରନ୍ତି ନାହିଁ । ‘ମେହନତି’ରୁ କୀର୍ତ୍ତିଙ୍କୁ ଅଧିକ ଲୋକପ୍ରିୟତା ମିଳିଛି । ଏହି ଫିଲ୍ମ ତେଲୁଗୁ ଅଭିନେତ୍ରୀ ସାବିତ୍ରୀଙ୍କ ଜୀବନ ଉପରେ ଆଧାରିତ । ସେ ତାମିଲ, ତେଲୁଗୁ ଓ ମାଲାୟଲମ୍‌ ଫିଲ୍ମରେ କାମ କରୁଛନ୍ତି ।

IEC 2 years
Leave A Reply