ସିକିମ: ଉତ୍ତର ସିକିମରେ ଥିବା ଭାରତୀୟ ସେନା ପୋଷ୍ଟ୍ରେ ତୁଷାରସ୍ଖଳନ ଯୋଗୁଁ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି। ସେ ଦୁହେଁ ଭାରତୀୟ ସେନାର ପାଟ୍ରୋଲିଙ୍ଗ୍ ତଥା ତୁଷାର ସଫେଇ ଟିମ୍ର କର୍ମଚାରୀ।
ସେ ଦୁଇ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା କଥା ସେନାବାହିନୀ ତରଫରୁ ଜାରି ହୋଇଥିବା ଏକ ବିବୃତି ସୁନିଶ୍ଚିତ କରାଯାଇଛି। ଏହି ବିବୃତିରେ ଉଲ୍ଲେଖ କରାଯାଇଛି ଯେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବର୍ଟ ଟିଏ ଏବଂ ସଫେଇ କର୍ମଚାରୀ ସପଲା ଶମ୍ମୁଖ ରାଓଙ୍କର ମୃତ୍ୟୁ ହୋଇଯାଇଛି।
ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକଙ୍କୁ ନେଇ ଗଠିତ ଦଳର ସବୁପ୍ରକାର ଉଦ୍ୟମ ସତ୍ତ୍ବେ ତୁଷାରରେ ପୋତି ହୋଇ ପଡ଼ିଥିବା ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବର୍ଟ ଟିଏ ଏବଂ ରାସ୍ତା ସଫେଇ କର୍ମଚାରୀ ସପଲ ଶମ୍ମୁଖ ରାଓ ଜୀବନ ହରାଇଛନ୍ତି। ଟିମ୍ର ଅନ୍ୟ ସବୁ ସଦସ୍ୟ ନିରାପଦ ଅଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଦିନ ସିକିମର ଲୁଗନାକ ଲା ଅଞ୍ଚଳରେ ସେନାବାହିନୀର ପାଟ୍ରୋଲିଙ୍ଗ୍ ତଥା ତୁଷାର ସଫେଇ ଦଳର ୧୭/୧୮ଜଣ କର୍ମଚାରୀ ତୁଷାର ସ୍ଖଳନରେ ପୋତି ହୋଇପଡ଼ିଥିଲେ। ଜଣେ ଯବାନଙ୍କ ବ୍ୟତୀତ ଆଉ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଯୋର୍ଦାର୍ ତଲାସ ଅଭିଯାନ ଚାଲିଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଏପ୍ରିଲ୍ ୧୧ ତାରିଖ ଦିନ ମଧ୍ୟ ତୁଷାର ସ୍ଖଳନ ଯୋଗୁଁ ସିକିମରେ ଜଣେ ଯବାନଙ୍କର ମୃତ୍ୟୁ ଘଟିଥିଲା।