Odisha news

ପଲ୍ଲୀଗୁମୁଲାରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

0

ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ପଲ୍ଲୀଗୁମୁଲା ନୂଆ ବନ୍ଧ ନିକଟରୁ ଏକ ୧୦ ଫୁଟର ଅଜଗର ସାପକୁ ବନ ବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ ପକ୍ଷରୁ ମିଳିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଗତ କାଲି ରାତ୍ର ସମୟରେ ଉକ୍ତ ଗ୍ରାମ ଏବଂ ନୂଆ ବନ୍ଧ କୁ ସଂଯୋଗ କରୁଥିବା ରାସ୍ତାରେ ଏକ ବିରଟକାୟ ସାପକୁ ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଏହାପରେ ସେମାନେ ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସ୍ଵାଧୀନ କୁମାର ସାହୁ ଙ୍କୁ ଜଣାଇଥିଲେ। ଏହାପରେ ସେ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ ଏହାପରେ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ବାବୁ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚିଥିଲେ। ଏହାପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୧୦ ଫୁଟ ରହିଥିବା ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ କହିଥିଲେ। ସେହିପରି ଆଜି ସାପଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେ ସୁସ୍ଥ ଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡା ଯାଇଥିବା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର କହିଛନ୍ତି।

Leave A Reply