Odisha news

କେଶବ ଙ୍କ ନିଶା ବିଷଧର ସାପ ଧରିବା

0
ଆଳି – ସବୁ ମନୁଷ୍ୟ ମଧ୍ୟରେ କିଛି ନା କିଛି ସ୍ବତନ୍ତ୍ର କଳା ରହିଥାଏ ଏହା କୁ କେହି ଅସ୍ୱୀକାର କରି ପାରିବେ ନାହିଁ ଏହା ହିଁ ସତ୍ୟ, ଯେମିତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଲୋକାପଡା ଗ୍ରାମରେ ରହୁଥିବା କେଶବ ସିଂ,ସେ ଜଣେ ଶିଶୁ ସାହିତ୍ୟିକ ସେ ପେଶାରେ ଜଣେ ପ୍ରିଣ୍ଟର ହେଲେ ମଧ୍ୟ ସାପ ଧରିବା ତାଙ୍କ ଜୀବନର ଏକ ନିଶା l ବିଗତ ୨୫ ବର୍ଷ ହେବ ଆଳି,ରାଜକନିକା ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବିନା ପାରିଶ୍ରମିକରେ ବିଭିନ୍ନ ପ୍ରକାର ବିଷଧର ସାପ ଉଦ୍ଧାର କରି ନିକାଞ୍ଚନ ସ୍ଥାନରେ ଛାଡିବା ତାଙ୍କର ଅଭ୍ୟାସ l ସମାଜସେବୀ ଭାବେ ଏହି କାର୍ଯ୍ୟରେ ତାଙ୍କୁ ଆନନ୍ଦ ମିଳେ ବୋଲି ସେ ପ୍ରକାଶ କରିଛନ୍ତି l
ଯେଉଁଠି ତାକୁ ଫୋନ୍ ଆସେ ସେ ସଙ୍ଗେ ସଙ୍ଗେ ବାହାରି ପଡ଼ନ୍ତି ସାପ ଧରି ବାକୁ। କାହା ଘରେ, ବାଡିରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବିଷାକ୍ତ ସାପ ହେଉ କିମ୍ବା ଯେକୌଣସି ଜାତିର ସାପ ଦେଖା ଦେଲେ ଖୋଜା ପଡେ କେଶବଙ୍କୁ। ସେ ସାପକୁ କାବୁ କରି ଜଙ୍ଗଲରେ ଛାଡି ଦିଅନ୍ତି। ସେ ବେଳେ ବେଳେ ସ୍ନେକ ହେଲ୍ପଲାଇନ ସମ୍ପାଦକ ଶ୍ରୀ ଶୁଭେନ୍ଦୁ ମଲ୍ଲିକ ଙ୍କ ପରାମର୍ଶ ନେଇଥାନ୍ତି l ସାପ ଧରିବାର କୌଶଳ କାହାଠାରୁ ସେ ପ୍ରଶିକ୍ଷଣ ନେଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ହେଲେ ସାପକୁ କାବୁ କରିବାର ତାଙ୍କର କୌଶଳ ଜଣେ ଟ୍ରେନିଂ ପ୍ରାପ୍ତ ସାପ ଧରାଳିରୁ କମ୍‌ ନୁହେଁ। ତାଙ୍କ ନିକଟରେ ବିଷାକ୍ତ ସାପକୁ ଧରିବାର ଯେଉଁ ଷ୍ଟିକ୍‌ ଦରକାର ତାହା ମଧ୍ୟ ରହିଛି। ସେ ବର୍ତ୍ତମାନ ସୁଦ୍ଧା ତିନି ହଜାର ପାଖାପାଖି ବିଭିନ୍ନ ପ୍ରଜାତିର ସାପ ଧରି ସାରିଲେଣି ବୋଲି ପ୍ରକାଶ କରିଛନ୍ତି । ସାପ ବହୁତ ଶାନ୍ତ ତାଙ୍କୁ ବିରକ୍ତ ନକଲେ ସେ କାହାର କ୍ଷତି କରନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେ ଯାହା ବି ହେଉ କେଶବ ଙ୍କ ଏପରି କାଯ୍ୟ ପାଇଁ ସେ ପ୍ରସଂଶା ର ପାତ୍ର ହୋଇଛନ୍ତି l
Nalco
Leave A Reply