Odisha news

ସାପ କାମୁଡ଼ାରେ ମହିଳାଙ୍କ ପରଲୋକ

0

ଦୋବଲ, ୨୪/୬  : ଦୋବଲ ନିକଟସ୍ଥ ସୋହାଡ଼ା ପଂଚାୟତ ବାଲିପଡା ଗ୍ରାମର ବିରେନ୍ଦ୍ର ଦାସଙ୍କ ପନôୀ ମିନାରାଣୀ ଦାସ (୪୮) ଗୁରୁବାର ମଧ୍ୟାହ୍ନରେ ରୋଷେଇ ପାଇଁ ବାଡିକୁ ଜାଳିଣି କାଠ ଆଣିବା ପାଇଁ ଯାଇଥିବା ବେଳେ ଏକ ବିଷଧର ସାପ ମିନାଙ୍କ ଗୋଡ଼କୁ କାମୁଡି ଦେଇଥିଲା । ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।

ସେଠାରେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଆଜି ତାଙ୍କର ମରଶରୀରକୁ ନିଜ ଗ୍ରାମ ବାଲିପଡାକୁ ଅଣାଯାଇ ଶୋକାକୁଳ ପରିବେଶ ମଧ୍ୟରେ ଶେଷ ସମ୍ପନ୍ନ କରାଯାଇଥିଲା । ଏହି ଖବର ଶୁଣି ସ୍ଥାନୀୟ ସରପଂଚ ଲୋପମୁଦ୍ରା ନାୟକ, ଶିକ୍ଷାବିତ ନିତ୍ୟାନନ୍ଦ ମିଶ୍ର, ଯୁବନେତା ସତ୍ୟପ୍ରକାଶ ନାୟକ ଓ ରାଜେନ୍ଦ୍ର ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି

Leave A Reply