Odisha news

କୂଅ ଭିତରୁ ବିଶାଳ ଅହିରାଜ ସାପ ଉଦ୍ଧାର , ଲୋକେ ଭୟଭୀତ

0
କୋଦଳା : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବୁରୁଝୁରୀ ଗ୍ରାମ ସ୍ଥିତ ଏକ କୂଅରୁ ବିଶାଳ ଅହିରାଜ ସାପକୁ ସ୍ନେକ୍ ହେଲପ ଲାଇନ୍ ଦ୍ବାରା ଉଦ୍ଧାର କରାଯାଇଛି। ବୁଧବାର ବୁରୁଝୁରୀ ବିବେକନନ୍ଦ ବିଦ୍ୟାମନ୍ଦିର ନିକଟସ୍ଥ ଏକ କୂଅରେ ଏହି ସାପ ଦେଖିବାକୁ ମିଳିଥିଲା
।ତେବେ ଏହି ୧୦ ଫୁଟିଆ ଅହିରାଜ ସାପଟି ନିକଟସ୍ଥ ଜଙ୍ଗଲରୁ ଆସିଥିବା ଏବଂ କୂଅ ଭିତରେ ପଡି ଯାଇଥିବା ଲୋକମାନେ ଅନୁମାନ କରିଥିଲେ।
ଏତେ ବଡ଼ ସାପକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିବା ପରେ ଏହି ସାପକୁ ଦେଖି ସ୍ଥାନୀୟ ଲୋକ ସ୍ନେକ୍ ହେଲପ ଲାଇନ୍ କୁ ଖବର ଦେଇଥିଲେ। ଖବର ପାଇ ଉକ୍ତ ସଂସ୍ଥାର ସଦସ୍ୟ ମିହିର ପଣ୍ଡା ଓ ବାପି ମିଶ୍ର ପହଂଚି ସେହି ଅହିରାଜକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି।
Leave A Reply