ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ,ଯେଉଁଥିରେ ଗୋଟିଏ ଲାଲ ରଙ୍ଗର ଗୋଲାପରେ ଗୋଟିଏ ନୀଳା ରଙ୍ଗର ଦୁର୍ଲଭ ସାପ ଗୁଡ଼େଇହୋଇ ରହିଥିବାର ଦେଖା ଯାଉଛି l ଯେପରି ଲାଗୁଛି ସାପଟିକୁ ଅଠା ସାହାଯ୍ୟରେ ଲଗାଇଦିଅ ଯାଇଛି l ଭାରତୀୟ ବନ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଡର ସେୟାର କରିଛନ୍ତି l ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ଏହା ସେହି ପ୍ରକାରର ପ୍ରାଣୀ ନୁହେଁ ଯାହା ସହିତ ଆପଣ ଖେଳି ପାରିବେ l
ଭିଡ଼ିଓଟିରେ ଦେଖାଯାଉଛି ନୀଳ ରଙ୍ଗର ଏକ ସାପ ଗୋଟିଏ ଲାଲ ଗୋଲାପରେ ଲାଗିକି ରହିଛି l ଏହି ଗୋଲାପ ଫୁଲଟିକୁ ଧୀରେ ଧୀରେ ହଲା ଯାଉଛି ,କିନ୍ତୁ ସାପଟି ନିଜ ଜାଗାରେ ସେହିପରି ଲାଗିକି ରହିଛି l ସୋସିଆଲ ମିଡ଼ିଆ ୟୁଜର ମାନେ ଏହାକୁ ସୁନ୍ଦର କହିବା ସହିତ ଭୟଙ୍କର ମଧ୍ୟ କହିଛନ୍ତି l ଅଧିକାଂଶ ଲୋକ ଏହାକୁ ଜୀବନ୍ତ ସେପାବୋଲି ଭାବୁଛନ୍ତି ତ ଆଉ କେହି କଣ୍ଡେଇ ବୋଲି କହୁଛନ୍ତି l ସାପର ଓ ଗୋଲାପ ଫୁଲର ଏହି ଭିଡ଼ିଓଟି ଲୋକ ମାନଙ୍କୁ ଖୁବ ଅକ୍ରୁସ୍ତ କରିଛି l
