ରଣପୁର୨/୮(ଆପ୍ର); ରଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାଡ ର ରମେଶ ନାୟକ ଙ୍କ ଝିଅ ଅନିମା (୧୧) ଆଜି ଅପରାହ୍ନ ରେ ସାପ କାମୁଡା ରେ ମୃତୁ୍ୟ ହୋଇ ଯାଇଛି । ରମେଶ ଙ୍କ ଦୁଆରେ ପଥର ଗଦା ହୋଇଥିଲା । ଅନିମା ସେଠାରେ ଖେଳୁଥିବା ବେଳେ ଏକ ନାଗ ସାପ ତାର ୨ ଗୋଡ କୁ କାମୁଡି ଦେଇଥିଲା । ପରେ ପରିବାର ଲୋକ ମାନେ ରଣପୁର ମେଡିକାଲ ରେ ଭର୍ତୀ କରିଥିଲେ ।
ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବଟ ରେ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ମେଡିକାଲ ରେ ଭର୍ତୀ କରିଥିଲେ । ଡାକ୍ତର ଅନିମାକୁ ମୃତ୍ୟୁ ଘୋଷଣା କରିଥିଲେ । ରମେଶ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି ।
