Odisha news

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁର୍ନୀତି ର ଗନ୍ଧ : ସଫେଇ କର୍ମଚାରୀ ଙ୍କ ନାମରେ ମିଥ୍ୟା ବିଲ୍ କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ କେଳେଙ୍କାରୀ ଅଭିଯୋଗ । ଡାକ୍ତର ଖାନାର ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ହାତ ବାରିସ କରି କର୍ତୃପକ୍ଷ ସଫେଇ କର୍ମଚାରୀ ଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ କରୁଥିବା ଘଟଣା  ସାମନାକୁ ଆସିଛି । ଏହି ଦୁନିୀତି ଖୋଲା ଖୋଲି ଭାବେ ଚାଲିଥିଲେ ମଧ୍ୟ ଏଥିପ୍ରତି ନା ପ୍ରଶାସନର ଦୃଷ୍ଟି ପଡୁଛି ନା ସ୍ୱାସ୍ଥ୍ୟ ବିଭାଗ ଉଚ କର୍ତୃପକ୍ଷ ଙ୍କ ଦୃଷ୍ଟି ପଡୁଛି । ଡାକ୍ତରଖାନା କର୍ମଚାରୀ ମାନେ ସବୁ ଜାଣି ମଧ୍ୟ ଚାକିରୀ ଓ ଗୁଣ୍ଡା ଙ୍କ ଭୟରେ ଚୁପ୍ ରହୁଛନ୍ତି । ଅନୁସନ୍ଧାନରୁ ଜଣା ପଡିଛି ଯେ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ସରକାରୀ ଭାବେ ୧୯୨ ଶଯ୍ୟାର ଡାକ୍ତରଖାନା ଭାବେ ମଂଜୁରୀ ଦିଆଯାଇଛି ।

ତେଣୁ ସେହି ହିସାବରେ ଏଠାରେ ପ୍ରତି ୬ ଜଣ ରୋଗୀଙ୍କୁ ଜଣେ ସଫେଇ କର୍ମଚାରୀ ହିସାବରେ ମୋଟ ୩୬ ଜଣ ସଫେଇ କର୍ମଚାରୀ ଅଛନ୍ତି  । ତା ସହିତ୪ ଜଣ ସୁପରଭାଇଜର, ୪ ଜଣ ଇଲେକ୍ଟ୍ରିକ ମିସ୍ତ୍ରୀ,ଓ ୨ ଜଣ ପ୍ଲମ୍ବର ଅଛନ୍ତି । ତେବେ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଭୁବନେଶ୍ୱରର ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆ ଯାଇଛି । ସେହି ଠିକା ସଂସ୍ଥା ଅନୁଗୁଳ ସହରର ଜଣେ ଯୁବକଙ୍କୁ ସୁପରଭାଇଜର ଭାବେ ନିଯୁକ୍ତି ଦେବା ସହ ତାଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ଏବେ ସେହି କରିତକର୍ମା ସୁପରଭାଇଜର ଓ ମୁଖ୍ୟ ଚିକିତ୍ସାଳୟର କିଛି ଉଚ ଅଧିକାରୀଙ୍କ ମିଲି ଭଗତରେ ଚାଲିଛି କେଳେଙ୍କାରୀ । କାରଣ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସରକାରୀ ଭାବେ ୧୯୨ ଶଯ୍ୟା ବିଶିଷ୍ଟ ମଂଜୁରୀପ୍ରାପ୍ତ ହସ୍ପିଟାଲ ।

ଯାହା କିଛି ମଂଜୁରୀ ମିଳିବ ସେହି ହିସାବରେ ମିଳିଥାଏ । ହେଲେଜିଲ୍ଲା ପ୍ରଶାସନଓ ସରକାରଙ୍କ ବିନା ସ୍ୱିକୃତିରେ ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷଏହି ଚିକିତ୍ସାଳୟରେ ଏହାକୁ ୩୮୦ ଶଯ୍ୟା ଦେଖାଇ ଅତିରିକ୍ତ ୪୦ ସଫେଇ କର୍ମଚାରୀ, ୨ ଜଣ ସୁପରଭାଇଜର, ୨ ଜଣ ଇଲେକ୍ଟି୍ରସିଆନ ଓ ୨ ଜଣ ପ୍ଲମ୍ବରଙ୍କୁ ନିଯୁକ୍ତି ଦେଇଥିବା କାଗଜ ପତ୍ରରେ ଦର୍ଶାଇଛନ୍ତି । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ମଂଜୁରୀ ପ୍ରାପ୍ତ ୩୬ ଜଣ ସଫେଇ କର୍ମଚାରୀଙ୍କ ସ୍ଥାନରେ୭୬ ଜଣ କର୍ମଚାରୀଙ୍କ ବିଲ୍ କରାଯାଉଛି । ବାକି କର୍ମଚାରୀଙ୍କ ଅର୍ଥକୁ ସିଧା ସଳଖ ଭାବେ ହଡପ କରାଯାଉଛି । ଏତିକିରେ କେଳେଙ୍କାରୀ ଶେଷ ହୋଇନି । ଜିଲ୍ଲାରେ କରୋନା ରୋଗୀଙ୍କ ପାଇଁ ଏକ କୋଭିଡ ହସ୍ପିଟାଲ, ଓ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି ।ସେହି କୋଭିଡ ହସ୍ପିଟାଲ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଅଧିକ ୩୦ ଜଣ ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରିବାକୁ ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷ ମନେ ମନେ ନିଷ୍ପତି ନେଇଛନ୍ତି ।

କିନ୍ତୁ କୋ÷ଣସି ନୂଆ ସଫେଇ କର୍ମଚାରୀ ନିଯୁକ୍ତି ନ କରି ପୂର୍ବରୁ କାମ କରୁଥିବା ସଫେଇ କର୍ମଚାରୀ ଓ କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲକୁ କାମ କରିବା ପାଇଁ ପଠାଉଛନ୍ତି । ଅର୍ଥାତ୍ ସିଧା ସଳଖ ୩୦ କର୍ମଚାରୀଙ୍କ ଅର୍ଥ ପକେଟକୁ ଯାଉଛି । ତେଣୁ ଏଭଳି ଭାବରେ ଲକ୍ଷାଧିକ ଟଙ୍କା ହଡପ କରୁଛନ୍ତି ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷ । କିନ୍ତୁ ଦେଖିବାକୁ କି ଶୁଣିବାକୁ କେହି ନାହିଁ । ପ୍ରକୃତ ପକ୍ଷେ ଏସବୁ କାମ ତଦାରଖ କରିବାକୁ ଡାକ୍ତରଖାନାରେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା କଥା । କିନ୍ତୁ ତାହା କରାଯାଉ ନାହିଁ । ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଧରି ମୁଖ୍ୟ ଚିକିତ୍ସାଳୟର କିଛି ଉପରିସ୍ଥ ଅଧିକାରୀ ଏହି ସବୁ କାମ କରୁଥିବା ଅଭିଯୋଗ ହେଉଛି । କାରଣ ଦୀର୍ଘ ଦିନ ହେଲା ଏସବୁ କାମ ପାଇଁ ଜଣେ ଏଡିଏମଓଙ୍କୁ ନିଯୁକ୍ତି ଦିଆ ଯାଇଥିଲେ ମଧ୍ୟ ଭାରପ୍ରାପ୍ତ ସିଡିଏମଓ ତାଙ୍କୁ ଦାୟିତ୍ୱ ଦେଉ ନଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ଦିନ କେଉଁଠି କେତେ କର୍ମଚାରୀ ନିୟୋଜିତ ହୋଇଛନ୍ତି ତାହାର ମଷ୍ଟର ରୋଲ କରାଯିବା କଥା । ଯାହାକି ଆଦୋ÷ କରାଯାଉ ନାହିଁ କିମ୍ବା ଏନଆରଏଚଏମ ଗାଇଡ ଲାଇନ ଅନୁଯାୟୀ ପ୍ରତି ମାସରେ ମିଟିଙ୍ଗ ହୋଇ ଏହି କର୍ମଚାରୀ ମାନଙ୍କର କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇ ସେମାନଙ୍କର ଦରମା ଦିଆଯିବା କଥା । କିନ୍ତୁ ସେହି ମିଟିଙ୍ଗ ମଧ୍ୟ ହେଉନାହିଁ । ଫଳରେ ସେହି ନିର୍ଦ୍ଦିଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ସବୁଠାରେ କାମ କରୁଥିବା ଦେଖାଇ ବ୍ୟାପକ ଅର୍ଥ ହଡପ ଚାଲିଥିବା ଅଭିଯୋଗ ହେଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଏହି କେଳେଙ୍କାରୀର ତଦନ୍ତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ ହେଲେ ସବୁ କେଳେଙ୍କାରୀ ଲୋକଲୋଚନକୁ ଆସି ପାରନ୍ତା ବୋଲି ଆଲୋଚନା ହେଉଛି । ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ଭଳି ଏକ ଭୟଙ୍କର ମହାମାରୀ ସମୟରେ ଜଣେ ଭାରପ୍ରାପ୍ତ ସିଡିଏମଓ ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କୋଭିଡ ହସ୍ପିଟାଲ, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାରେ ଥିବା ପିଏଚସି, ସିଏଚସି ଓ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର କାର୍ଯ୍ୟ ସମେତ କୋଟି କୋଟି ଟଙ୍କାର କାର୍ଯ୍ୟ କରାଯାଉଥିବା ଘଟଣା ବୁଦ୍ଧିଜୀବୀ ମହଲରେ ଭ୍ରୁକୁଚଂନ ସୃଷ୍ଟି କରିଛି । ଏହି ଭାରପ୍ରାପ୍ତ ସିଡିଏମଓ କିଛି ଦିନ ମଧ୍ୟରେ ଅନୁଗୁଳ ସହରର ମୂଲ୍ୟବାନ ଇଲାକା ଭାବେ ପରିଚିତ ଅମଲାପଡା ସପ୍ତମ ଲାଇନରେ କୋଟି କୋଟି ଟଙ୍କା ମୂଲ୍ୟର ଜମି ନିଜ ପତ୍ନୀଙ୍କ ନାମରେ କିଣିଥିବା ଜଣାଯାଇଛି । ଏହାର ତଦନ୍ତ ହେଲେ ବହୁ କେଳେଙ୍କାରୀ ଲୋକଲୋଚନକୁ ଆସିବ ବୋଲି ଆଲୋଚନା ହେଉଛି । ରାଜ୍ୟ ସରକାର ଏବଂ ଜିଲ୍ଲାପାଳ ଏହି ସବୁ ଦୁର୍ନିତର ତଦନ୍ତ ତୁରନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି । ନଚେତ୍ ଗରିବ ରୋଗୀଙ୍କ ପାଇଁ ଆସୁଥିବାର କୋଟି କୋଟି ଟଙ୍କା ବାଟ ମାରଣା ହୋଇଯିବ ଏଥିରେ ସନେ୍ଦହ ନାହିଁ ।

 

Leave A Reply