Odisha news

ଓଭର ସ୍ଲିପିଂ କଣ ଏବଂ ଏହା କିପରି ଟାଣି ନେଇଥାଏ ରୋଗ ଆଡକୁ  

0
ଆମେ ସମସ୍ତେ ଭରପୁର ନିଦ ନେବା ଖୁବ ଜରୁରୀ l ଅତି କମ ରେ ଆମେ ୭ ରୁ ୮ ଘଣ୍ଟା ପ୍ରତିଦିନ ନିହାତି ଶୋଇବା ଜରୁରୀ l  କିଛି ଲୋକଙ୍କ ମଧ୍ୟରେ ଅନେକ ସମୟରେ ଦେଖାଯାଇ ଥାଏ ଯେ ସେମାନେ ଯେତେ ଶୋଇଲେ ମଧ୍ୟ ଆଳସ୍ୟ ଅନୁଭବ କରି ଥାଆନ୍ତି କିମ୍ବା ସେମାନଙ୍କୁ ଥକା ଲାଗିଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ପଛରେ ବିଶେଷ କାରଣ ରହିଛି l

ଦିନସାରା କାହିଁକି ନିଦ ଲାଗିଥାଏ –
-କୌଣସି କାରଣରୁ ଡେରିରେ ରାତିରେ ଶୋଇବା
– ସ୍ଲିପିଂ ଡ଼ିସ ଅର୍ଡର କାରଣରୁ ନିଦ ନହେବା
– ଆବଶ୍ୟକତା ଠାରୁ ଅଧିକ ଷ୍ଟ୍ରେସ ନେବା
– ଚା ଓ କଫି ଅଧିକ ସେବନ କରିବା
– ଫିଜିକାଲ ଆକ୍ଟିଭିଟି ର କମି
– ଔଷଧ, ମଦ ଇତ୍ୟାଦି ଅଧିକ ସେବନ କରିବା ଓ ଧୁମ୍ରପାନ ଅଧିକ କରିବା
– ମୋଟାପା ଓ ମଧୁମେହ ଭଳି ସମସ୍ୟା ରହିବା

ଏହିସବୁ ଉପୋରକ୍ତ କାରଣରୁ ଦିନ ସାରା ନିଦ୍ରା ହୀନତା ସମସ୍ୟା ଦେଖା ଯାଇଥାଏ l କିନ୍ତୁ  ଯେତେ ଶୋଇଲେ ମଧ୍ୟ ଅଳସୁଆ ଲାଗି ଅନିଦ୍ରା ଲାଗୁଛି ତେବେ ହୋଇପାରେ ଏଭଳି ସମସ୍ୟା, ଯାହାକୁ ସହଜରେ ନେବା ଉଚିତ ନୁହେଁ  -:
– ଟାଇପ 2ମଧୁମେହ ର କାରଣ
– ହାର୍ଟ ସମ୍ବନ୍ଧୀୟ ସମସ୍ୟା
– ଅତ୍ୟଧିକ ଓଜନ ବୃଦ୍ଧି
–   ଡିପ୍ରେସନ

* ଗବେଷକ ଙ୍କ ମତରେ ଅଧିକ ମାତ୍ରାରେ ଶୋଇବା ଠିକ ନୁହେଁ l ଅତ୍ୟଧିକ ଶୋଇବା କିଛିଟା ରୋଗର କାରଣ ମଧ୍ୟ ହୋଇଥାଏ l
* ନିଜର ଶୋଇବା ଓ ଉଠିବା ସମୟ ନିର୍ଧାରଣ କରନ୍ତୁ ଓ ଓଭର ଥିଁକିଙ୍ଗ ଠାରୁ ଦୁରେଇ ରୁହନ୍ତୁ l
* ଗୋଟିଏ ଭଲ ନିଦ ପାଇଁ ଖାଦ୍ୟକୁ ମଧ୍ୟ କିଛି ମାତ୍ରାରେ ଧ୍ୟାନ ଦେବା ଜରୁରୀ l
* ଶୋଇବା ପୂର୍ବରୁ କୌଣସି ବହି ପଢନ୍ତୁ ଓ କିଛିଟା ଭଜନ ଶୁଣନ୍ତୁ l
* ଶୋଇବାର ଗୋଟିଏ ଘଣ୍ଟା ପୂର୍ବରୁ ଗାଧୋଇବା ଜରୁରୀ l ଯାହାଦ୍ୱାରା ନକାରାତ୍ମକ ପ୍ରଭାବ ଦୁରେଇ ଥାଏ l
* ପ୍ରତିଦିନ ରାତିରେ ଖାଇ ସାରିବା ପରେ କିଛି ସମୟ ଚାଲିବା ଜରୁରୀ ଓ ଶୋଇବାର ୧ଘଣ୍ଟା ପୂର୍ବରୁ ମୋବାଇଲ ଠାରୁ ଦୂରତା ରଖନ୍ତୁ l

Leave A Reply