ଆଜିର ସମୟରେ ଯଦି ପ୍ରତିଟି ମଣିଷ ନିଜର ଶରୀର କୁ ନେଇ ସତର୍କ ରହିବ ନିହାତି ଜରୁରୀ ଅଟେ l କାରଣ ଯଦି ଶରୀର ରୋଗଠାରୁ ରକ୍ଷା ପାଇବ ତେବେ ମଣିଷ ନିଜ ଜୀବନ ରେ ମହତ୍ଵପୁର୍ଣ କାର୍ଯ୍ୟକୁ ଠିକ ଭାବରେ ପରିଚାଳିତ କରିପାରିବ l ତେଣୁ ଭାରତର ପାଶ୍ଚାତ୍ୟ ଚିକିତ୍ସା ପ୍ରଣାଳୀରେ ଆୟୁର୍ବେଦ କୁ ଖୁବ ଗୁରୁତ୍ୱ ଦିଆଯାଇଛି l ଆଜି ମଧ୍ୟ ବିଶ୍ୱ ଦରବାରରେ ଆୟୁର୍ବେଦ ଚିକିତ୍ସା ର ମହତ୍ୱ ରହିଛି l ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଛି ଅଯଥାରେ ରାତି ଅନିଦ୍ରା ହୋଇ ଦିନରେ ଶୋଇବା l କିନ୍ତୁ ଏହା ଠିକ ନୁହେଁ l
ଆୟୁର୍ବେଦ ଅନୁସାରେ ଦିନରେ ଶୋଇବା ଶରୀର ପକ୍ଷରେ ଠିକ ନୁହେଁ l ଯାହାକି ଶାସ୍ତ୍ରଗତ ଦୃଷ୍ଟିରୁ ମଧ୍ୟ ଠିକ ନୁହେଁ l ତେବେ ଆସନ୍ତୁ ଜାଣିବା ଦିନରେ ଶୋଇବା ଦ୍ୱାରା ଶରୀରର କେଉଁ କ୍ଷତି ହୋଇଥାଏ ?
– ଆୟୁର୍ବେଦ କହୁଛି ଯେ ଦିନରେ ଶୋଇବା ଦ୍ୱାରା କଫ ସମସ୍ୟା ଦେଖା ଦେଇଥାଏ l କାରଣ ଦିନରେ ଶୋଇଲେ ଶରୀରରେ କଫ ବୃଦ୍ଧି ହୋଇଥାଏ ଓ କଫ କାରଣରୁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖା ଯାଇଥାଏ l
– ଦିନରେ ଯଦି ଶୋଉଛନ୍ତି ତେବେ ୧୦ -୧୫ ମିନିଟ ଶୁଆନ୍ତୁ l ଅଧିକ ଗଭୀର ନିଦରେ ଶୋଇବା ଦ୍ୱାରା ଆପଣଙ୍କ ଫିଟନେସ ବାଧା ପ୍ରାପ୍ତ ହୋଇଥାଏ l
– ଦିନ ସମୟରେ ଗଭୀର ନିଦ୍ରାରେ ଶୋଇଲେ ମେଦ ବହୁଳତା ସମସ୍ୟା ଦେଖା ଯାଇଥାଏ l ଦିନ ସମୟ କାମ କରି ନିଜକୁ ସୁସ୍ଥ ରଖିବା ଉଚିତ l
– ଯେଉଁ ବ୍ୟକ୍ତିମାନେ ଅଧିକ ତୈଳଯୁକ୍ତ ଖାଦ୍ୟ ଖାଉଛନ୍ତି କିମ୍ବା ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି ତେବେ ଦିନରେ ଆଦୌ ଶୋଇବା ଉଚିତ ନୁହେଁ l କାରଣ ଏହା ରକ୍ତଚାପ ବୃଦ୍ଧି କରାଇବା ସହିତ ପାଚନ ସମସ୍ୟା ସୃଷ୍ଟି କରିଥାଏ l
– ଯଦି ଆପଣଙ୍କ ମଧୁମେହ ଓ ଥାଇରଏଡ ସମସ୍ୟା ରହିଛି ତେବେ କଦାପି ଦିନରେ ଶୋଇବା ଉଚିତ ନୁହେଁ l ଏହାଦ୍ୱାରା ଶାରୀରିକ ସମସ୍ୟା ଦେଖା ଦେଇଥାଏ l
କେଉଁମାନେ ଦିନରେ ଶୋଇବା ଉଚିତ :-
– ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଦିନରେ ଶୋଇ ପାରିବେ l
– ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଶୋଇବା ଉଚିତ l
– ଆୟୁର୍ବେଦ ଅନୁସାରେ ଯେଉଁ ବ୍ୟକ୍ତିଙ୍କର ବୟସ ୧୦ ରୁ କମ ଓ ୭୦ ରୁ ଉର୍ଧ୍ଵ ସେମାନେ ଦିନରେ ଚାହିଁଲେ ଶୋଇ ପାରିବେ l
