କରାଚୀ : କରୋନା ମହମାରୀକୁ ନେଇ ପାକିସ୍ତାନର ଜଣେ ମୌଲବୀ ଅଜବ ତର୍କ କରିଛନ୍ତି ଯାହାର ଭିଡ଼ିଓ ଏବେ ସୋସାଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି । ଭିଡିଓରେ କହିଛନ୍ତି-“କରୋନାରୁ ରକ୍ଷା ପାଇବାକୁ ହେଲେ ଲୋକମାନେ ଅଧିକରୁ ଅଧିକ ଶୋଇବା ଦରକାର । ଡାକ୍ତର ଅଧିକ ଶୋଇବା ପାଇଁ ପରାମର୍ଶ ଦିଅନ୍ତି । ସେଥିପାଇଁ ଯେତେ ଅଧିକ ଶୋଇବା ଭାଇରସ୍ ମଧ୍ୟ ଶୋଇଯିବ । ଏହା ଆମ ଶରୀରକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଯେତେବେଳେ ଆମେ ଶୋଇଥାଉ, ଇଏ ଶୋଇଯାଏ । ଯେତେବେଳେ ଆମେ ମରିଯାଉ ଭାଇରସ୍ ମଧ୍ୟ ମରିଯାଏ ।’’