ସୁସ୍ଥ ଶରୀର ପାଇଁ ଭଲ ନିଦ ର ଆବଶ୍ୟକତା ରହିଛି l ଯଦି ଆପଣ କମ ଶୋଉଚନ୍ତି ତେବେ ଏହା ରୋଗକୁ ଡାକିବା ଭଳି ହେବ l ଯଦି କୌଣସି ବ୍ୟକ୍ତି ଖୁବ କମ ଶୋଉଛି ତେବେ ଏହା ଡିପ୍ରେସନ, ଏଙ୍ଗଯାଇଟି, ହାଇପର ଟେନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ରୋଗର କାରଣ ହୋଇଥାଏ l ପାଶ୍ଚାତ୍ୟ ଆୟୁର୍ବେଦ ହେଉ କି ମର୍ଡନ ସାଇନ୍ସ ହେଉ ବିଶେଷଜ୍ଞ ଙ୍କ ମତରେ ସୁସ୍ଥ ଶରୀର ପାଇଁ ଉଚିତ ମାତ୍ରାରେ ନିଦ ର ଆବଶ୍ୟକତା ରହିଛି l
– ଆୟୁର୍ବେଦ ଅନୁସାରେ ଉଚିତ ପରିମାଣ ର ନ ଶୋଇବା ଦ୍ୱାରା ଉଚ୍ଚ ରକ୍ତଚାପ ର ଶିକାର ହେବାର ସମ୍ଭାବନା ରହିଥାଏ l ତେଣୁ ନିୟମିତ ରାତ୍ରୀ ଭୋଜନ ପରେ ସାମାନ୍ୟ କିଛି ସମୟ ପାଇଁ ଚାଲିବା ଉଚିତ l ଏହାଦ୍ୱାରା ଶୀଘ୍ର ନିଦ ହୋଇଥାଏ l
– ନିୟମିତ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ସେବନ କରିବା ଉଚିତ l ଏହା ମନକୁ ସ୍ଥିର କରିବା ସହ ଭଲ ନିଦ୍ରା ଦେଇଥାଏ l
– ଯଦି ଆପଣ ନିଦ ସମସ୍ୟାରେ ପୀଡିତ ରହୁଛନ୍ତି ତେବେ ଶୋଇବା ପୂର୍ବରୁ କିଛି ସମୟ ପାଇଁ ଆଧ୍ୟାତ୍ମିକ ବହି କିଛି ପଢନ୍ତୁ l ଏହା ମନକୁ ଶାନ୍ତ କରିଥାଏ ଓ ଭଲ ନିଦ ହୋଇଥାଏ l
– ଆଉ କିଛି ଲୋକ ଅତୀତ ଘଟଣାକୁ ନେଇ ମନକୁ ଅସ୍ଥିର କରି ଥାଆନ୍ତି, ଯାହାକି ତାଙ୍କୁ ବିଚଳିତ କରିଥାଏ l ଏପରି ସ୍ଥିତିରେ ଆପଣ ସଂଗୀତ ଶୁଣି ମନକୁ ହାଲୁକା କରି ସୂଅନ୍ତୁ l
– ଶୋଇବା ସମୟରେ ବେଳେବେଳେ ଗ୍ୟାସ ସମସ୍ୟାରେ ପ୍ରଭାବିତ ହୋଇ ଆମେ ଠିକ ଭାବରେ ଶୋଇ ପାରୁନାହିଁ l ତେଣୁ ପ୍ରତିଦିନ ଯୋଗାସନ ଓ ବ୍ୟାୟାମ କରିବା ନିହାତି ଜରୁରୀ ଅଟେ l
– ଶୋଇବା ପୂର୍ବରୁ ମନରୁ ଦୁଶ୍ଚିନ୍ତା ବାହାର କରିଦେବା ଜରୁରୀ ଅଟେ l କାରଣ ଦୁଶ୍ଚିନ୍ତା ନିଦ୍ରାରେ ବାଧକ ସାଜିଥାଏ l
