ଫେବୃଆରୀ ୧୦ ତାରିଖ ୧୯୯୬ ଜନ୍ମ ନେଇଥିବା ସ୍କାଇଲର ନିଶ ୱେଷ୍ଟ ଭର୍ଜିନିଆ ର ମର୍ଗନ ଟାଉନ ରେ ନିଜ ମାତାପିତା ଙ୍କ ସହିତ ରହୁଥିଲେ l ସେ ପାଠ ପଢ଼ାରେ ଖୁବ ପାରଦର୍ଶୀ ଥିଲେ l ହାଇସ୍କୁଲ ରେ ଶିକ୍ଷା ଗ୍ରହଣ କରିବା ସମୟରେ ସେ ପାର୍ଟ ଟାଇମ ରେ ଚାକିରୀ କରୁଥିଲେ, ଯାହାଦ୍ୱାରା ସେ ନିଜର ନିଜେ ଖର୍ଚ୍ଚ ତୁଲାଇ ପାରିବେ l ଜୁଲାଇ ୫ ଜୁଲାଇ ୨୦୧୨ ରେ ସ୍କାଇଲର କାମରୁ ଫେରିଥିଲେ l ସେ ନିଜ ମାତାପିତାଙ୍କୁ କହିଥିଲେ ସେ ଥକି ଯାଇଛନ୍ତି l ସେଥିପାଇଁ ସେ ଶୀଘ୍ର ଶୋଇ ପଡିବେ ଓ ଏହାପରେ ସେ ନିଜ କୋଠରୀ କୁ ଚାଲିଗଲେ l ଏହାର ପରଦିନ ସ୍କାଇଲର ଙ୍କ ପିତା ଦେଖିଥିଲେ ଯେ ଅନେକ ସମୟ ଧରି ଝିଅ ଉଠିନାହିଁ ଓ ତାର କବାଟ ବନ୍ଦ ମଧ୍ୟ ରହିଛି l
ଏହାପରେ ସେ ନିଜ ଝିଅକୁ ଡାକିବା ଆରମ୍ଭ କଲେ ଓ କବାଟ କୁ ବାଡେ଼ଇଲେ l କିନ୍ତୁ ଭିତରୁ କୌଣସି ଶବ୍ଦ ଆସିଲା ନାହିଁ l ଏହାପରେ ସେ ଭୟରେ ବିଚଳିତ ହୋଇ କବାଟ ଭାଙ୍ଗି ଦେଲେ l କିନ୍ତୁ ସେଠାରେ ସେ ଦେଖିଲେ ତାଙ୍କ ଝିଅ ନାହିଁ ଓ ଏହାପରେ ସେ ସ୍କାଇଲର ଙ୍କ ମା ମେରୀ ଙ୍କୁ ଫୋନ କଲେ l ମା କହିଲେ ଯେ ସିଏ ବୋଧେ ତାର ବେଷ୍ଟ ଫ୍ରେଣ୍ଡ ସୋଲିୟା ଆଡି ସହିତ ଥିବ l ସୋଲିଆ ଙ୍କ ସହିତ ଯେତେବେଳେ ପିତା ଡେଭିଡ କଥା ହୋଇଥିଲେ ସେ କହିଥିଲେ ଯେ ସ୍କାଇଲର ତା ସହିତ ନାହିଁ l ଏହାପରେ ସେ ପୋଲିସ ଷ୍ଟେସନ ରେ ମାମଲା ଦର୍ଜ କରାଇଥିଲେ l ପୋଲିସ ଯେତେବେଳେ ଅନୁସନ୍ଧାନ ଆରମ୍ଭ କରିଥିଲା ଜାଣିଲା ଯେ ଘଟଣା ଦିନ ସ୍କାଇଲର ଗୋଟିଏ କାର ରେ ବସି କେଉଁଆଡେ ଯାଇଛି l
ପୋଲିସ ର ଅନୁସନ୍ଧାନ ସେହିଭଳି ଚାଲିଥିବା ସମୟରେ ସ୍କାଇଲର ର ଜଣେ ସାଙ୍ଗ ରାଶେଲ ସୋଫ ପୋଲିସ କୁ ସୂଚନା ଦେଇଥିଲା ଯେ ସେ ନିଜେ ଓ ସୋଲିଆ ମିଶି ସ୍କାଇଲର କୁ ହତ୍ୟା କରିଥିଲେ l ରାଶେଲ କହିଥିଲା ଯେ ଆମେ ୨ଜଣ ସ୍କାଇଲର କୁ ପସନ୍ଦ କରୁ ନଥିଲୁ l ତା ସହିତ ବନ୍ଧୁତା ରଖିବାକୁ ଚାହୁଁ ନଥିଲେ ଓ ତାକୁ ଇଗ୍ନୋର କରୁଥିଲୁ l ତେଣୁ ଆମେ ତାକୁ ରାତିରେ ଆମ ସହିତ ବାହାରକୁ ବୁଲିବାକୁ ଡ଼ାକିଥିଲୁ ସ୍କାଇଲର ମଧ୍ୟ ନିଜ କୋଠରୀ ର ଝରକା ଦେଇ ଆମ ସହିତ ବୁଲିବାକୁ ଚାଲି ଯାଇଥିଲା l କିନ୍ତୁ ଆମେ ୨ଜଣ ତାକୁ ହତ୍ୟା କରିଥିଲୁ l କୋର୍ଟ ଏହାପରେ ଉଭୟ ବନ୍ଧୁ ଙ୍କୁ ଦଣ୍ଡାଦେଶ ଶୁଣାଇଥିଲା l