Odisha news

ଆକାଶ ମାର୍ଗରୁ ଖସିଲା ଏମିତି ଜିନିଷ : ଯୁବକ ପାଇ ହୋଇଗଲେ କୋଟିପତି

0

ନୂଆଦିଲ୍ଲୀ : କଥାରେ ଅଛି ଉପରବାଲା ଯେତେବେଳେ ଦିଏ ଛପର ଫାଡିକି ଦିଏ l ଏହି କଥା ସମ୍ପୂର୍ଣ୍ଣ ଭାବରେ ସତ୍ୟ ପ୍ରତିପାଦିତ ହୋଇଛି ଇଣ୍ଡୋନେସିଆର ଜଣେ ଯୁବକ ଜୋସୁଆଙ୍କ ସହିତ l ଜୋସୁଆ କଫିନ ବନାଇବାର କାମ କରୁଥିବା ସମୟରେ ମାତ୍ର କେତୋଟି ମିନିଟ ଭିତରେ ଦରିଦ୍ରରୁ କୋଟିପତି ହୋଇଗଲେ l

୩୩ ବର୍ଷୀୟ ଜୋସୁଆ ନିଜ ଘରେ ଗୋଟିଏ ଦିନ ବସି କଫିନ ତିଆରି କରୁଥିଲେ ,ଏହି ସମୟରେ ଘରର ଛାତରୁ ଗୋଟିଏ ଏମିତି ଜିନିଷ ଖସିଲା ଯାହା ତାଙ୍କୁ ଭାରତୀୟ ମୁଦ୍ରାରେ ୧୦ କୋଟି ଟଙ୍କାର ମାଲିକ କରିଦେଲା l ଜୋସୁଆଙ୍କ ଘର ଉପରେ ଆକାଶ ମାର୍ଗରୁ ଗୋଟିଏ ଦୁର୍ଲଭ ଉଲ୍କା ପିଣ୍ଡର ଖଣ୍ଡ ପଡିଲା l ଏହି ଉଲ୍କା ପିଣ୍ଡର ଖଣ୍ଡଟି ପାଖାପାଖି ୪ ଆରବ ବର୍ଷ ପୁରୁଣା ଅଟେ l

ଏହାର ଓଜନ ଥିଲା ୨ କିଲୋରୁ ମଧ୍ୟ ଅଧିକ l ଏହି ଉଲ୍କା ପିଣ୍ଡଟି ଖସିବା ସ୍ଥାନରେ ଛାତଟି କଣା ହୋଇଯାଇଛି l ଖସିଲା ପରେ ଉଲ୍କା ପିଣ୍ଡଟି ତଳେ ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ମାଟି ଭିତରକୁ ଗାତ କରି ଦେଇଥିଲା l ବୈଜ୍ଞାନିକ ମାନେ ଏହି ଉଲ୍କା ପିଣ୍ଡଟିକୁ ଦୁର୍ଲଭ ପ୍ରଜାତିର ବୋଲି କହିଛନ୍ତି l ଉଲ୍କା ପିଣ୍ଡଟି ଯେତେବେଳେ ମାଟି ଉପରେ ଖସିଲା ସେହି ସମୟରେ ଏହା ଗରମ ଥିଲା

ଧୀରେ ଧୀରେ ଏହା ବାୟୁ ମଣ୍ଡଳର ସଂସ୍ପର୍ଶରେ ଆସି ଥଣ୍ଡା ହେବାକୁ ଲାଗିଲା l ଇଣ୍ଡୋନେସିଆର ସଂଗ୍ରହାଳୟ ଅଧିକାରୀଙ୍କୁ ଯେତେବେଳେ ଏହି ବିଷୟରେ ଜଣା ପଡିଲା ସେମାନେ ଏହାକୁ ସଂଗ୍ରହ କରିବା ପାଇଁ ଜୋସୁଆଙ୍କ ପାଖରେ ପହଞ୍ଚିଥିଲେ l ଏହା ପରେ ସେମାନେ ତାଙ୍କୁ ୧୪ ଲକ୍ଷ ପାଉଣ୍ଡ ଦେଇ ଦୁର୍ଲଭ ପ୍ରଜାତିର ଉଲ୍କା ପିଣ୍ଡଟିକୁ କିଣି ନେଇଥିଲେ

Nalco
Leave A Reply