ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଛୁରୁଣୀ ଛକ ନିକଟରେ ଆଜି ଅପରାହ୍ନ ସମୟରେ ଦ୍ରୁତ ଗତିରେ ଥିବା ସ୍କର୍ପିଅ(ଓଆର-୨୨ଇ- ୧୧ ୧୧)ଟି ଦୁର୍ଘଟଣାଗ୍ରସ୍ତ ହୋଇ ରେଳ ଧାରଣ ଉପରେ ପଡିରହି ଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଉକ୍ତ ସ୍କର୍ପିଅଟି ବାଲେଶ୍ଵର ରୁ ବାରିପଦା ଅଭିମୂଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାଜପଥ ପାର୍ଶ୍ଵରେ ନୟନଯୋଡି ପାର ହୋଇ ରେଳ ଧାରଣା ଉପରେ ଅଟକି ରହିଥିଲା। ରାସ୍ତାରେ ଯାଉଥିବା ବେଳେ ଦେବବ୍ରତ ପରିଡା ଓ ଅନ୍ୟ କିଛି ଯାତ୍ରୀ କୌଶଳ କ୍ରମେ ଦୁର୍ଘଟଣା ଗ୍ରସ୍ତ ଗାଡିଟିକୁ ଠେଲି ରେଳ ଧାରଣାରୁ ତଳକୁ ଓହ୍ଲାଇ ଦେଇଥିଲେ। ଅଳ୍ପ କିଛି ସମୟ ପରେ ରେଳ ଧାରଣାରେ ଟ୍ରେନ ଆସିବାରଥିଲା।ଏଣୁ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସ୍କର୍ପିଅରେ ଥିବା ଚାଳକ ଏବଂ ଯାତ୍ରୀ ଜଣକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।
