Odisha news

ତାଳଚେର: ଜେସିଆଇ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍କେଟିଂ ପ୍ରଶିକ୍ଷଣ ଉଦ୍‌ଯାପିତ

0

ତାଳଚେର,୧୬ା୦୫: ଜୁନିୟର ଚାମ୍ବର ଇଣ୍ଟରନ୍ୟାସ୍‌ନାଲ୍ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ସପ୍ତାହେ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ରୋଲର ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଛି ।  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଳଚେର ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି  ଯୋଗଦେଇ ଜେସିଆଇର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିଲେ ।  ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ. ରଶ୍ମିରଞ୍ଜନ ମିଶ୍ର, ଜୋନ ଜାତୀୟ ସଭାପତି ଆଶିଷ କୁମାର ଅଗ୍ରୱାଲ, ଜାତୀୟ ସ୍କେଟିଂ ପ୍ରଶିକ୍ଷକ ରବିନ୍ଦ୍ର ମିଶାଲ ଯୋଗଦେଇଥିଲେ ।  ଜେସିଆଇର ସଭାପତି ଦିପ୍ତୀରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପ୍ରକଳ୍ପ ଆବାହକ ସରୋଜ କୁମାର ଗିରି ସ୍ୱାଗତ ଭାଷଣ, ଅଭିଲିପ୍‌ସା ମିଶ୍ର ଅତିଥି ପରିଚୟ ପ୍ରଦାନ, ସମ୍ପାଦକ କୁଶଲ ଅଗ୍ରୱାଲା ଧନ୍ୟବାଦ ପ୍ରଦାନ କରିଥିଲେ ।  ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଅଗ୍ରୱାଲା, ପୂର୍ବତନ ସଭାପତି ବାସୁଦେବ ସାହୁ, ମନିଷ ଅଗ୍ରୱାଲ, ରାକେଶ ଗୁପ୍ତା, ଜିତେନ୍ଦ୍ର ଅଗ୍ରୱାଲା, ସୀମା ଅଗ୍ରୱାଲା, ତାନିଆ ଅଗ୍ରୱାଲଙ୍କ ସମେତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।  ଉଦ୍‌ଯାପନୀ ଦିବସ ଅବସରରେ ଅପରାହ୍ନ ପ୍ରାୟ ୪ଟା ବେଳେ ହାଟତୋଟା ସ୍ଥିତ କାଳି ମନ୍ଦିର ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ରୋଲର ସ୍କେଟିଂ କ୍ରୀଡ଼ାର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ।  ଏହାକୁ ସମବେତ ଜନତା ବେଶ୍ ଉପଭୋଗ କରିଥିଲେ ।  ଏଠାରେ ଉଲ୍ଳେଖଯୋଗ୍ୟ ଯେ, ମହାରାଷ୍ଟ୍ରର ନାଗପୁରରୁ ଆସିଥିବା ଖ୍ୟାତିସମ୍ପନ୍ନ ଆର୍ନ୍ତଜାତୀୟ ସ୍କେଟିଂ ପ୍ରଶିକ୍ଷକ ଜେସି ରବିନ୍ଦ୍ର ମିଶାଲ ତାଲିମ ପ୍ରଦାନ କରିଥିଲେ ।  ବର୍ତ୍ତମାନ ସ୍କୁଲ ଗୁଡ଼ିକରେ ଗ୍ରୀଷ୍ମ ଛୁଟି ଚାଲୁଥିବାରୁ ଏହି ଶିବିର ଦ୍ୱାରା ପିଲାମାନଙ୍କ ଶାରୀରିକ ସୁସ୍ଥତା ରହିବା ସହିତ ତାଳଚେର ଭଳି ଶିଳ୍ପ ସହରରେ ପିଲାମାନଙ୍କୁ କିଛି ନୂଆ ଶିଖିବାର ସୁଯୋଗ ଜେସିଆଇ ପକ୍ଷରୁ ପ୍ରଦାନ କରାଯାଇଥିଲା ।  ଏହି ସ୍କେଟିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୪ ବର୍ଷରୁ ଊର୍ଦ୍ଧ୍ୱ ବାଳକ ବାଳିକା ଓ ବୟସ୍କ ବ୍ୟକ୍ତିମାନେ ତାଲିମ ନେଇଥିଲେ ।  ଉଦ୍‌ଯାପନୀ ସଂଧ୍ୟାରେ ଜେସିଆଇ ପକ୍ଷରୁ ପ୍ରଶିକ୍ଷାର୍ଥୀ  ଓ ଅଭିଭାବକମାନଙ୍କୁ ମେଡାଲ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏଠାରେ ଉଲ୍ଳେଖଯୋଗ୍ୟ ଯେ, ତାଳଚେର ଦେଉଳବେଡ଼ା ପଡ଼ିଆ ଠାରେ  ଦୀର୍ଘ ସପ୍ତାହେ ଧରି ଏହି ରୋଲ୍‌ର ସ୍କେଟିଂ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ପ୍ରଶିକ୍ଷଣ ନେଇଥିଲେ ।  ପ୍ରଥମ ଦିନ ବରିଷ୍ଠ ଡାକ୍ତର ଅଶୋକ ବେହେରା ଏହାକୁ ଉଦ୍‌ଘାଟନ କରିଥିଲା ବେଳେ ଏଥିରେ ତାଳଚେର ଜେସିଆଇର କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply