Odisha news

ଗବେଷକ ଙ୍କ ମତରେ : ଯଦି ଆପଣଙ୍କର ୮ ଘଣ୍ଟା ସିଟିଙ୍ଗ ଜବ୍ କରୁଛନ୍ତି, ତେବେ ରୁହନ୍ତୁ ସତର୍କ

0

ଗୋଟିଏ ଗବେଷଣାରୁ ଏହା ଜଣାପଡିଛି ଯେ ଆପଣଙ୍କ ବସିବା ଅଭ୍ୟାସ ଆପଣଙ୍କ ପାଇଁ ହୃଦୟ ରୋଗକୁ ନିମନ୍ତ୍ରଣ କରିଥାଏ l ଆଜ୍ଞା ହଁ, ଯଦି ଆପଣ ମଧ୍ୟ ଅଫିସ ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦ ପୁର୍ଣ ହୋଇପାରେ l

ଗୋଟିଏ ଇଣ୍ଟରନେଶନାଲ ଗବେଷଣା ଅନୁସାରେ ଦୀର୍ଘ ସମୟ ଧରି ବସିବା ଆମ ଜୀବନ ପାଇଁ ବଡ଼ ବିପଦ ପୁର୍ଣ ହୋଇପାରେ l ଏହି ଗବେଷଣାରେ ସେହି ଲୋକମାନଙ୍କୁ ନେଇ ହୋଇଥିଲା ଯେଉଁମାନେ ଅଧିକ ସମୟ ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରୁଛନ୍ତି l ଏଭଳି ବ୍ୟକ୍ତିଙ୍କର ଦୁନିଆରେ ମୃତ୍ୟୁ ଦର ସବୁଠୁ ଅଧିକ, ଯାହାକି ହୃଦଘାତ ଦ୍ୱାରା ହୋଇଥାଏ ଓ ଏହା ସାମାନ୍ୟ ମୃତ୍ୟୁ ନଥାଏ l ଅନ୍ୟ ପକ୍ଷରେ ଯେଉଁ ବ୍ୟକ୍ତିମାନେ ୮ଘଣ୍ଟା ରୁ ଅଧି ସମୟ ବସି ରହୁଛନ୍ତି ସେମାନଙ୍କର କାର୍ଡିଓଲୋଜି ର ଅନ୍ୟାନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି l

ଡାକ୍ତରଙ୍କ ପରାମର୍ଶ –
ଡାକ୍ତରଙ୍କ ମତରେ ଆମ ଶରୀର ପ୍ରାକୃତିକ ଭାବରେ ବସିବା ପାଇଁ ହୋଇନାହିଁ l ଏପରି ସ୍ଥିତିରେ ଯଦି ଆପଣ ଏପରି କରିଛନ୍ତ ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ପାରେ l ଯେପରି ବୟସ ବଢିଥାଏ ପୁରୁଷ ମାନଙ୍କୁ ମହିଳା ମାନଙ୍କ ତୁଳନାରେ ଅଧିକ କଷ୍ଟ ହୋଇଥାଏ l ଡାକ୍ତରଙ୍କ ମତ ଅନୁସାରେ ଅଫିସ ରେ ଚେଷ୍ଟା କରନ୍ତୁ ଠିଆ ହୋଇ ମିଟିଂ କରିବେ, ଫୋନ୍ ରେ କଥା ହେବ ସମୟରେ ଚାଲି ଚାଲି କଥା ହୁଅନ୍ତୁ , ଯାହାଦ୍ୱାରା ଆପଣଙ୍କ ରକ୍ତ ସଂଚାଳନ ଠିକ ଭାବରେ ହୋଇପାରିବ ଓ ହୃତପିଣ୍ଡ ଓ ମସ୍ତିଷ୍କ ଉଭୟ ସୁସ୍ଥ ରହିବ l

ଯୋଗ ସବୁଠୁ ଉନ୍ନତ –
ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ର ଏହି ଗବେଷଣା ଅନୁସାରେ ଆମ ସମ୍ପୂର୍ଣ ଶରୀରକୁ ଯୋଗ ଦ୍ୱାରା ରୋଗ ମୁକ୍ତ କରାଯାଇ ପାରିବ l ଏଠାରେ ଉପସ୍ଥିତ ଥିବା ଡାକ୍ତରମାନେ ମତ ଦେଇଥିଲେ ଯେ ସକାଳୁ ମାତ୍ର ନିଜପାଇଁ  ୩୦ ରୁ ୪୦ ମିନିଟ ସମୟ ଦେଇ ଯୋଗ କଲେ ଆପଣ ନିଜକୁ ସମସ୍ତ ପ୍ରକାରର ଶାରୀରିକ ସମସ୍ୟା ରୁ ରକ୍ଷା କରି ପାରିବେ l ଏହି ଯୋଗାସନ ଗୁଡିକ ମଧ୍ୟରେ ବିଶେଷ ଭାବରେ  ଗୋମୂଖାସନ , ମଣ୍ଡୁକା ଆସନ , ପବନ ମୁକ୍ତାସନ , ଓ ଅନୁଲୋମ ବିଲୋମ ଅଟେ l

Leave A Reply

Your email address will not be published.