ଆଜି ଅପରାହ୍ଣ ୪ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସମ୍ମବୋଧନ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ର ପୂର୍ଣ୍ଣ ବିବରଣୀ ପ୍ରଦାନ
ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସମ୍ମବୋଧନ କରି ଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ର ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ।
ମଙ୍ଗଳବାର ରାତିରେ କେତେଗୁଡ଼ିଏ ଟୁଇଟ୍ କରି ଅର୍ଥମନ୍ତ୍ରୀ ଲେଖିଥିଲେ ଏହା କେବଳ ଅର୍ଥନୈତିକ ପ୍ୟାକେଜ୍ ନୁହେଁ, ବରଂ ସଂସ୍କାର ପ୍ରୋତ୍ସାହନ, ଗତାନୁଗତିକ ବିଚାରବୋଧର ପରିମାର୍ଜନା, ଶାସନ ଧାରାରେ ଏକ ଆଲୋଡ଼ନ।
ଭାରତୀୟ ଅର୍ଥନୀତି ତା’ର ବହୁବିଧ ବୈଶିଷ୍ଟ୍ୟରେ ସାମର୍ଥ୍ୟ ହାସଲ କରିଛି। ଆମେ ଏବେ ଆତ୍ମବିଶ୍ବାସର ସହ ସମଗ୍ର ବିଶ୍ବରେ କାରବାର ଚଳାଇ ପାରିବା। ଆମର ଲକ୍ଷ୍ୟ ସାମଗ୍ରିକ ପରିବର୍ତ୍ତନ; କ୍ରମବୃଦ୍ଧି ନୁହେଁ। ଆମେ ଏହି ମହାମାରୀର ଆହ୍ବାନକୁ ସୁଯୋଗରେ ବଦଳାଇ ପାରିବା। ଆତ୍ମନିର୍ଭର ଭାରତ ସମନ୍ବିତ ହେବ, ପୃଥକ୍ ନୁହେଁ।
ଗତରାତିରେ ରାଷ୍ଟ୍ରକୁ ସମ୍ବୋଧନ କରିବା ସମୟରେ ପ୍ରଧାମନ୍ତ୍ରୀ କହିଥିଲେ ଯେ ଏହି ଆର୍ଥିକ ପ୍ୟାକେଜ୍ ଆଗାମୀ ଦିନରେ ପ୍ରବାସୀ ଶ୍ରମଜୀବୀଙ୍କ ଠାରୁ ଆରମ୍ଭ କରି ବୃହତ୍ ବ୍ୟବସାୟକୁ ସହାୟକ ହେବ।