Odisha news

ସିର୍ଶା ବାନ୍ଦଲାଙ୍କ ଅନ୍ତରୀକ୍ଷ ଯାତ୍ରା : ୪ବର୍ଷ ବୟସରୁ ଏକୁଟିଆ ଯାଇଥିଲେ ଆମେରିକା , ଆଜି ପୃଥିବୀ ରୁ ୩ ଲକ୍ଷ ଫୁଟ୍ ଉପରକୁ ଉଡାଣ ଭାରୀବେ

ନୁଆଦିଲ୍ଲୀ : ବ୍ରିଟିଶ୍ ବ୍ୟବସାୟୀ ରିଚାର୍ଡ ବ୍ରେନ୍ସନ୍ ଆଜି ଅନ୍ତରୀକ୍ଷ ଯାତ୍ରା କରୁଛନ୍ତି । ଯଦି ଏହି ଉଡାଣ ଠିକ୍ ଭାବରେ କାମ କରୁଛି ତେବେ ତାଙ୍କ କମ୍ପାନୀ ବର୍ଜିନ ଅନ୍ତରୀକ୍ଷ ପାଇଁ କମର୍ସିଆଲ ଯାତ୍ରା ଆରମ୍ଭ କରିବେ ଓ ଆମ କମ୍ପାନୀ ସବୁଠୁ ବଡ଼ ପାହାଚ ଅତିକ୍ରମ କରିବ । ରିଚାର୍ଡ ବ୍ରେନ୍ସନ୍ ମିଶନ ସ୍ପେସାଲିଷ୍ଟ୍ ଭାବରେ ସ୍ପେସ ସିପ ୨ ସହିତ ଯୋଡି ହେବେ ।

ଏହି ଅନ୍ତରୀକ୍ଷ ଯାତ୍ରାରେ ଯୋଡ଼ି ହୋଇଛନ୍ତି ଭାରତର ଆନ୍ଧ୍ର ପ୍ରଦେଶର କନ୍ୟା ସିର୍ଶା ବାନ୍ଦଲା ନ୍ୟୁ ମେକ୍ସିକୋ ର ସ୍ପେସ ଷ୍ଟେସନ ରୁ ଅନ୍ତରୀକ୍ଷ ଉଡାଣ ଭାରିବେ । ଅନ୍ତରୀକ୍ଷ କୁ ଯାତ୍ରା କରୁଥିବା ସେ ଦ୍ଵିତୀୟ ଭାରତୀୟ ମହିଳା ଅଟନ୍ତି । ଏହା ପୂର୍ବରୁ ହରିୟାଣା ର କଳ୍ପନା ଚାୱଲା ଅନ୍ତରୀକ୍ଷ ଉଡାଣ ଭାରିଥିଲେ ।
ଅନ୍ତରୀକ୍ଷ ଯାତ୍ରା ବେଳେ ଧ୍ଵନି ଠାରୁ ୩ ଗୁଣ ବେଗରେ ସେ ଅନ୍ତରୀକ୍ଷ ଯାତ୍ରା କରିବେ , ସେହି ସମୟରେ ତାଙ୍କ ଆଖି ଆଗରେ ଜୀବନର ୩୪ ବର୍ଷର କିଛି ଅନୁଭୁତି ନିଶ୍ଚିନ୍ତ ନାଚି ଉଠିବ।
ମାତ୍ର ୪ ବର୍ଷ ବୟସରେ ଆନ୍ଧ୍ର ପ୍ରଦେଶ ରୁ ଆମେରିକା ଯାତ୍ରା କରିଥିଲେ । ଏରୋନୋଟିକଲ ଇଞ୍ଜିନିୟରିଂ ପଢ଼ା ଶେଷ କରି , ଆଖିରେ କିଛି ଅସୁବିଧା କାରଣରୁ ନାସା ନଯାଇ ପାରିବା , ଷ୍ଟ୍ରୀମ ପରିବର୍ତନ କରି ସ୍ପେସ ପଲିସି ବାଛିବା , ବର୍ଜିନ୍ ଗେଲେଟିକ୍ ରେ ଇଣ୍ଟରନ ରୁ ଭାଇଶ୍ ପ୍ରେସିଡେଣ୍ଟ ପର୍ଯ୍ୟନ୍ତ ଦୀର୍ଘ ରାସ୍ତାର ଯାତ୍ରା ଓ ବର୍ତ୍ତମାନ୍ ଅନ୍ତରୀକ୍ଷ ଯାତ୍ରା ।
ସିରିସା ଙ୍କୁ ଭାରତୀୟ ବୁଞ୍ଜନ ଖୁବ୍ ପସନ୍ଦ ଅଟେ । ତାଙ୍କ ମା ମେକ୍ସିକୋ ରେ ମଟନ୍ ବିରୀୟାନୀ ନେଇ ପହଂଚିଛନ୍ତି , ଯେଉଁଠାରୁ ସେ ଉଡାଣ ଭରିବେ । ସିରିସଙ୍କୁ ଡାଲି ଖୁବ୍ ଭଲ ଲାଗେ । ତେଣୁ ସେ ଅନ୍ତରୀକ୍ଷ ରୁ ଫେରିବା ପରେ ମା ଙ୍କ ହାତ ରନ୍ଧା ଡାଲି ଖାଇବେ ଯାହା ତାଙ୍କୁ ଆତ୍ମ ସନ୍ତୋଷ ଦେବ । ସେ କହିଛନ୍ତି ଯେ ତାଙ୍କର କମ୍ଫର୍ଟ ଖାଦ୍ୟ ହେଉଛି ଭାତ , ଡାଲି ଓ ଘିଅ । ଯାହା ତାଙ୍କୁ ଖୁବ୍ ଭଲ ଲାଗେ ।

Comments are closed.